ତିର୍ତ୍ତୋଲରେ ବିଜେପିର ଦ୍ୱିତୀୟ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ତିର୍ତ୍ତୋଲ ୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ସଭାଗୃହରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁଙ୍କ ସଭାପତିତ୍ୱରେ ବିଜେପିର ଦ୍ୱିତୀୟ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା(ଲୁଲୁ), ରାଜ୍ୟ ସମ୍ପାଦକ ଇରାଶିଶ୍ ଆଚାର୍ଯ୍ୟ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନ “ମୋ ବୁଥ ସବୁଠୁ ମଜବୁତ” ‘ଗରିବଙ୍କ କଲ୍ୟାଣ ପାଇଁ ମୋଦି କରୁଛନ୍ତି ଓଡ଼ିଶାକୁ ପୟୋଗଶାଳ’ ବ୍ୟାଙ୍କରେ ଜନଧନ ଯୋଜନାରେ ଖାତାଖୋଲିବା, ସୁକନ୍ୟା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଚ୍ଛଭାରତରେ ସମସ୍ତଙ୍କୁ ସାମିଲ କରିବାଭଳି ଯୋଜନାଗୁଡ଼ିକ ଲୋକମାନଙ୍କ ପାଖରେ କିଭଳି ପହଞ୍ଚିବ ସେଥିପାଇଁ ଏହି ବୈଠକରେ ଆଲୋଚନା କରାଯିବା ସହିତ ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଯାଇଥିଲା।

ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ଆଗାମୀ ୨୦୧୯ ନିର୍ବାଚନରେ ଜଗତସିଂହପୁର ଜିଲ୍ଲାରେ ବିଜେପି ତାହାର ସ୍ଥିତିକୁ ସୁଦୃଢ଼ କରି ବହୁମାତ୍ରାରେ ପଦ୍ମ ଫୁଟାଇ ପାରିବା ସେଥିପାଇଁ ଖସଡ଼ା ତିଆରି ସରିଲାଣି। ବ୍ଲକସ୍ତରୀୟ, ମଣ୍ଡଳସ୍ତରୀୟ ସମସ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।

ଯୁବମୋର୍ଚ୍ଚା ଉପସଭାପତି ଶିବପ୍ରସାଦ ମଲ୍ଲ ଚିଠାପ୍ରସ୍ତାବ ପାଠକରିଥିଲେ। ଏହି ଚିଠାରେ ଜଗତସିଂହପୁର ଜିଲ୍ଲାରେ ଆଇନଶୃଙ୍ଖଳା ସମ୍ପିଣ୍ଣ ବିପର୍ଯ୍ୟସ୍ତ, ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡ଼ାକ୍ତର ନଥିବା କାରଣରୁ ରୋଗି ମୃତ, ପ୍ରଧାନ ମନ୍ତ୍ରୀ ଆବାସଯୋଜନା ବାଟମାରଣା, ସ୍ୱଚ୍ଛଭାରତ ପାଇଖାନର ଅନିୟମିତତା, ପାରାଦ୍ୱୀପ-ବିଶାଖା ପାଟଣା ଟ୍ରେନ୍ ବିଳମ୍ବିତ ରାତ୍ରିରେ ପହଞ୍ଚିବା ଦ୍ୱାରା ଜନସାଧାରଣମାନେ ଅସୁବିଧାର ସମ୍ମୁଖୀନ ହେବା ଇତ୍ୟାଦି ଚିଠାପ୍ରସ୍ତାବ ଆଗତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବଦର୍ଶି ରାୟ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଧିର ମଲ୍ଲିକ, ରାଜ୍ୟ ଉପସଭାପତି ତଥା ପ୍ରଭାରି ସୁକାନ୍ତ ଦାଶ, ରାଜ୍ୟ କୋଷାଧ୍ୟକ୍ଷ ପ୍ରତାପ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ଭୋଇ, ପ୍ରତାପ ମିଶ୍ର, ତିର୍ତ୍ତୋଲ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଶିବପ୍ରସାଦ ସାହୁ(ବିକନ) ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ସୁଦିପ୍ତ ନାଥ, ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ମା ଶାରଳା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ରୂପକ ଖୁଣ୍ଟିଆ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ସାହୁ, ଶିବ ସାମଲ, ଚିତ୍ରସେନ ଲେଙ୍କା, ପ୍ରଦୀପ୍ତ ବାରିକ, ଅମୁଲ୍ୟ କୁମାର ସ୍ୱାଇଁଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ।(

Leave a Reply

Your email address will not be published. Required fields are marked *