ଜଗତସିଂହପୁର

ତିର୍ତ୍ତୋଲରେ ନୂତନ କୋର୍ଟସ୍ଥାପନପାଇଁ ଭିତ୍ତିଭୂମିର ଅନୂଧ୍ୟାନ କଲେ ଜିଲ୍ଲା ଜଜ୍

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକରେ ନୂତନ କୋର୍ଟ ସ୍ଥାପନପାଇଁ ଆଜି ଜଗତସିଂହପୁର ଜିଲ୍ଲା ଦୌରା ଜଜ୍ ରବି ନାରାୟଣ ମିଶ୍ର, ଏଡ଼ିଜେ ଦିଗାମ୍ବର ପ୍ରଧାନ, ରେଜିଷ୍ଟାର ପ୍ରଦୀପ୍ତ କିଶୋର ପ୍ରଧାନ, ବରିଷ୍ଟ କିରାଣୀ ଅନିରୁଧ ଚୌଧୁରୀ ପ୍ରମୁଖ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତିର୍ତ୍ତୋଲ ବାର ଆସୋସିଏସନର ସମ୍ପାଦକ ସରୋଜ କୁମାର ପାଣୀଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ। ଖୁବ୍ ଶୀଘ୍ର ନୂତନ କୋର୍ଟ କାର୍ଯ୍ୟକାରୀ ହେବବୋଲି ଜିଲ୍ଲା ଜଜ୍ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top