ତିର୍ତ୍ତୋଲରୁ ମାନସିକ ବିକାରଗ୍ରସ୍ତ ଓ ଅସହାୟ ଯୁବତୀ ଉଦ୍ଧାର

ତିର୍ତ୍ତୋଲ୨୦/୦୭(ଓଡ଼ିଆ ପୁଅ/ଟୁକନ ସେଠୀ)- ଆଜି ଅପରାହ୍ନରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଧିକାରୀ କାହ୍ନୁ ଚରଣ ରାଉତ, ଜଗନ୍ନାଥ ମିଶ୍ର, ଶିଶୁ ଆଇନିସେବା ପ୍ରାଧିକରଣ ଶୁଷମା ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ପାରଦ୍ୱୀପକୁ କୌଣସି କାର୍ଯ୍ୟରେ ଯାଇ ଜଗତସିଂହପୁରକୁ ଫେରୁଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ କଟକ – ପାରାଦ୍ୱୀପ ରାସ୍ତା ନେହେରୁ ପଡ଼ିଆ ଛକ ନିକଟରେ ଏକ ଯୁବତୀ ଗଛମୁଳେ ବସିଥିବା ଦେଖିବାକୁ ପାଇଥିଲେ। ଯୁବତୀ ନିକଟକୁ ଯାଇ ଘର ଠିକଣା ଓ ନାମ ପଚାରିବାରୁ ସେ କଟକ, କନ୍ଦରପୁର ଓ କନକପୁର ବୋଲି ବିଭିନ୍ନ ଅଞ୍ଚଳର ନାମ ପ୍ରକାଶ କରିଥିବାବେଳ ଯୁବତୀ ଜଣକ ମାସିକ ବିକାରଗ୍ରସ୍ତ ବୋଲି ଅଧିକାରୀମାନେ ଜାଣିବାକୁ ପାଇଥିଲେ। ପରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଉତ ଏହି ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନାକୁ ଖବର ଦେଇଥିଲେ। ଖବର ପାଇ ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *