ଅଗ୍ନିଶମ ବିଭାଗର ଆନ୍ଦୋଳନରେ ଶିଶୁର ପ୍ରାଣ ଗଲା: ତିନି ବର୍ଷ ଶିଶୁ ପୁତ୍ର କୂଅରେ ପଡ଼ି ମୃତ୍ୟୁ

ବାରିପଦା ୨୪-୯-( ଓଡ଼ିଆ ପୁଅ/ସନ୍ତୋଷ ବରଜ ) ମୋରଡା ବ୍ଲକ ଅନ୍ତର୍ଗତ ଭାଲିଆଡିହା ପଞ୍ଚାୟତ ର ଡାକୋଇ ଗ୍ରାମରେ ତିନି ବର୍ଷ ଶିଶୁ ପୁତ୍ର କୂଅ ପଡ଼ି ମୃତ୍ୟୁ। ସୂଚନାଯୋଗ୍ୟ ଚଲା ମହାକୁଡ଼ ଙ୍କ ପୁଅ ପ୍ରତିଶ ମହାକୁଡ଼ (୩) କୁ ଆଜି ଦିନ ୨.୩୦ ମିନିଟ ପରେ ଘରେ ନ ପାଇଁ ତା ମା, ଜେଜେ ଓ ଜେଜେମା ଖୋଜାଖୋଜି କରି ନ ପାଇଁ ନିରାଶ ହୋଇପଡିଥିବା ବେଳେ ହଠାତ ମନେ ପଡିଲା ଘରେ ଥିବା ଏକ ଖୋଲା କୂଅ କଥା। କାଳେ କୂଅରେ ପଡିଯାଇଥିବ ଭାବି ପ୍ରଥମେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। କିନ୍ତୁ ଅଗ୍ନିଶମ ବିଭାଗ ଙ୍କ ଆନ୍ଦୋଳନ ଜାରି ଥିବା ରୁ କେହି ଆସିନଥିଲେ। ପରେ ଗାଁ ଲୋକ ଙ୍କ ସହାୟତା ରେ ପାଣି ପମ୍ପ ଲଗାଇ କୂଅ ଶୋଖାଇଥିଲେ। କୂଅ ରୁ ପ୍ରତିଶ ର ମୃତ ଦେହକୁ ଦେଖି ପରିବାର ର ସମସ୍ତ ସଦସ୍ୟ ଭାଙ୍ଗି ପଡିଥିଲେ। ତେବେ ପ୍ରତିଶ ର ବାପା ବାହର ଜିଲ୍ଲା କୁ କାମ କରିଵାକୁ ଯାଇଛନ୍ତି।

Leave a Reply

Your email address will not be published. Required fields are marked *