ତିନି ବର୍ଷ ଧରି ବିଦେଶ ସଚିବ ରହିଥିବା ଜୟଶଙ୍କର ସେବାରୁ ଅବସର ନେଲେ

ଚୁପ୍ ଚାପ୍ ଓ ନମ୍ର ଭାବରେ ନିଜର କାମ କରି ଚାଲୁଥିବା ଏସ.ଜୟଶଙ୍କରଙ୍କୁ ହିଁ ନରେନ୍ଦ୍ର ମୋଦୀ ସରକାରରେ ଆକ୍ରମକ ବିଦେଶ ନୀତି ଆଧାର ପ୍ରସ୍ତୁତ କରିବାର ଶ୍ରେୟ ଯାଇଥାଏ

ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ବିଦେଶ ସଚିବ ରୂପରେ ପ୍ରାୟତଃ ତିନି ବର୍ଷର କାର୍ଯ୍ୟକାଳ ପରେ ସୁବ୍ରମଣ୍ୟମ ଜୟଶଙ୍କର ରବିବାରଦିନ ସେବାରୁ ଅବସର ନେଇଛନ୍ତି। କେବଲ ସିଂହ (1976 ରେ ଅବସରପ୍ରାପ୍ତ) ପରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ବିଦେଶ ସଚିବ ଭାବେ କାର୍ଯ୍ୟ କରିଛନ୍ତି ଏସ୍ ଜୟଶଙ୍କର। ବେଶ୍ ଶାନ୍ତ ଭାବରେ ନିଜର କାମ ପାଇଁ ଜଣାଶୁଣା ଏସ. ଜୟଶଙ୍କରଙ୍କୁ ଙ୍କୁ ହିଁ ନରେନ୍ଦ୍ର ମୋଦୀ ସରକାରରେ ଆକ୍ରମକ ବିଦେଶ ନୀତି ଆଧାର ପ୍ରସ୍ତୁତ କରିବାର ଶ୍ରେୟ ଯାଇଥାଏ।

ଏକ ବର୍ଷର ସେବା ବିସ୍ତାର ସମେତ ତାଙ୍କର କାର୍ଯ୍ୟଳରେ ବିଦେଶ ମନ୍ତ୍ରଣାଳୟରେ ଅନେକ ପରିବର୍ତ୍ତନ ହୋଇଛି। ମନ୍ତ୍ରଣାଳୟରେ ସଚିବ ସ୍ତରର ପାଞ୍ଚଜଣ ଅଧିକାରୀ ଅଛନ୍ତି ଏବଂ ବିଦେଶ ସଚିବଙ୍କୁ ସମସ୍ତ ସମାନ ଅଧିକାରୀମାନଙ୍କ ମଧ୍ୟରେ କେବଳ ପ୍ରଥମ ମାନ୍ୟତା ଦିଆଯାଇଥାଏ। କିନ୍ତୁ ମୋଦୀ ସରକାରରେ ଜୟଶଙ୍କର ବିଶ୍ୱାସ ଏବଂ ତାଙ୍କ କୂଟନୈତିକ ଯୋଗ୍ୟତା ଯୋଗୁଁ ଏହି ସମୀକରଣ ବଦଳି ଯାଇଥିଲା। ଏବେ ବିଦେଶ ସଚିବଙ୍କୁ ସମାନ ଅଧିକାରୀମାନେ ଉପର ମାନୁଥିଲେ। ତାଙ୍କୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଧ୍ୟ ପୂର୍ଣ୍ଣ ବିଶ୍ୱାସ ମିଳିଥିଲା। ଏହି କାରଣରୁ ତାଙ୍କୁ ମନ୍ତ୍ରଣାଳୟରେ କାର୍ଯ୍ୟରେ ଅଧିକ ସ୍ୱାଧିନତା ମିଳିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଉପରେ ବହୁତ ଭରସା ରଖିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କର ରାଜନୈତିକ ସାକ୍ଷାତକୁ ସେ ନିଜେ ଦେଖୁଥିଲେ ଏବଂ ସମକକ୍ଷଙ୍କର ସହିତ ବୈଠକରେ ମୋଦୀ ତାଙ୍କୁ ସାଥିରେ ରଖୁଥିଲେ। ମୋଦୀଙ୍କର ବିଦେଶ ଯାତ୍ରାର ଯୋଜନା ବନାଇବା ଏବଂ ପ୍ରମୁଖ ବିଷୟ ଉପରେ ଭାରତର ମତ ସ୍ପଷ୍ଟ କରିବା ଦାଯିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *