ତିନି ଦିନିଆ ଓଡ଼ିଶା ଗସ୍ତରେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ

ଭୁବନେଶ୍ଵର ୧୦-୩ (ଓଡ଼ିଆ ପୁଅ): ଗୁଜରାତର ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ, ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ରବିବାରଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ କୁଡ଼ୁମି ସମୁଦାୟର ଏକ ସଭାକୁ ସମ୍ବୋଧିତ କରିବେ। ବେତନଟିରୁ ବାରିପଦା ଛଉ ପଡ଼ିବା ଯାଏ ଏକ ରାଲି ଯିବ ବୋଲି ଜଣା ପଡ଼ିଛି। ଏହି ସମୁଦାୟ ଆଦିବାସିମାନଙ୍କ ରୂପରେ ତାଙ୍କ ମାନ୍ୟତା ପାଇଁ ଲଢ଼େଇ ଜାରିରଖିଛି। ଏହା ପୂର୍ବରୁ, ବାଲେଶ୍ୱରରେ ସାମୁଦାୟିକ ନେତାମାନଙ୍କୁ ସାକ୍ଷାତକରିବେ ବୋଲି ଯୋଜନା ଅଛି। ସୂତ୍ରରୁ ଜଣାପଡ଼ିଛିଯେ, ସୋମବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର ସମ୍ଭାବନା ଅଛି।

 

Leave a Reply

Your email address will not be published. Required fields are marked *