ଜିଲ୍ଲା ପରିକ୍ରମା

ତିତ୍ଲି ସରିଲା ମିଳିଲାନି କ୍ଷତିପୂରଣ : ଚାନ୍ଦବାଲି ବ୍ଲକରେ ଚାଷୀ ଅଣଦେଖା,ଶାଖା ପରିଚାଳକଙ୍କୁ ଘେରିଲେ ଚାଷୀ

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମେ ବନ୍ୟା ତାପରେ ତିତିଲି ପ୍ରଭାବରେ ସବୁଠୁ କ୍ଷତିଗ୍ରସ୍ଥ ହୋଇଥିବା ଚାନ୍ଦବାଲି ବ୍ଲକ । ଧୋୟା ଅଂଚଳ ଭାବରେ ପରିଚିତ ତେନ୍ତୁଳିଡିହ,ଭୂଇଁବୃତି, ମାଧପୁର,ଘଟପୁର ଏବଂ ନାଲଗୁଣ୍ଡା ପଂଚାୟତର ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ ରହିବା ଫଳରେ ଧାନ ଚାଷ ଉଜୁଡି ଯାଇଥିଲା । ଯାହା କିଛି ବଂଚିଥିଲା ତାହା ମଧ୍ୟ ମରୁଡି ଏବଂ ଚକଡା ପୋକରେ ନଷ୍ଟ ହୋଇଗଲା । ହେଲେ ସରକାର ଚାଷୀ ମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ସମବାୟ ସମିତି ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଡଉଡି ଡଉଡି ନୟାନ୍ତ ହୋଇଥିଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ନିଘଡ ନିଦରେ ଶୋଇଥିବା ଅଭିଯୋଗ ହୋଇଛି । ଆଜି ଭୂଇଁବୃତି ପଂଚାୟତ ଅର୍ନ୍ତଗତ ତେନ୍ତୁଳିଡିହ ସେବା ସମବାୟ ସମିତିରୁ ରୂଣ ନେଇ ଅଂଶ ଧନ ଜମା କରି ଚାଷୀ କ୍ଷତିଗ୍ରସ୍ଥ ହୋଇଥିଲେ ମଧ୍ୟ ସରକାର ଏହି ପଂଚାୟତକୁ ୮୭ପ୍ରତିଶତ ରୂଣ ଛାଡ କରିବେ ବୋଲି ଘୋଷଣା କରିଥିଲେ  । ଦୀର୍ଘ ୩ ମାସ ବିତିଯାଇଥିବା ବେଳେ ସରକାରୀ ଘୋଷଣା ଚାଷୀମାନଙ୍କ ପଇଁ ଅପହଂଚ ହୋଇ ପଡିଛି । ଏହାର ପ୍ରତିବାଦରେ ଆଜି ଶତାଧିକ ଚାଷୀ ଏକ ବିରାଟ ରାଲିରେ ଆସି ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ଚାନ୍ଦବାଲି ଶାଖା ଠାରେ ଆସି ଶାଖା ପରିଚାଳକଙ୍କ ନିକଟରେ ଦ୍ୱାରସ୍ଥ ହେବା ସହ ସମବାୟ ସମିତି ସଂପାଦକଙ୍କ ବିରୁଦ୍ଧରେ ବର୍ଷିଥିଲେ । ଚାଷୀ ମାନଙ୍କ ଦ୍ୱାରା ଗଠିତ ଏକ ୭ ଜଣିଆ ଟିମ ଶାଖା ପରିଚାଳକଙ୍କ ସହିତ ଏ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଶାଖା ପରିଚାଳକଙ୍କ ଠାରୁ ସନ୍ତୋଷଜନକ ଉତର ପାଇବା ପରେ ସେମାନେ ଫରିଥିଲେ । ଏହି ଟିମରେ  ପ୍ରିନ୍ସ ରାକେଶ ନାୟକ ସୁଧାକର ପତ୍ରୀ,ସୁରେଶ ମଲିକ,ରତିକାନ୍ତ ବେହେରା ସମ୍ଭୁନାଥ ନାୟକ,ଭୋଳାନାଥ ଦାସ,ବୃନ୍ଦାବନ ସାହୁଏବଂ ଚାନ୍ଦବାଲି ଠାରେ ଥିବା ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଗୁରୁ ପ୍ରସାଦ ମିଶ୍ର ଏ ବିଷୟରେ ସରକାରଙ୍କ ସହ ବିଷଦ ଆଲୋଚନା କରିବା ପରେ ପଦକ୍ଷେପ ନେବେ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top