ଜିଲ୍ଲା ପରିକ୍ରମା

ତିତ୍ଲି ଘର ଭଙ୍ଗା ସାହାଯ୍ୟ : ପ୍ରଶାସନ ମାଗିଲା ୨.୫ କୋଟି, ମିଳିଲା ୧.୫ କୋଟି

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିତ୍ଲି ବାତ୍ୟାର କ୍ଷୟକ୍ଷତି ଆକଳନ ଅନୁଯାୟୀ ଘର ଭଂଗା ବାବଦରେ ଜିଲା ପ୍ରଶାସନ ତରଫରୁ ୨ କୋଟି ୪୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ମିଳିଲା ୧ କୋଟି ୫୨ ଲକ୍ଷ ୫୪ ହଜାର ୫୦୦ ଟଙ୍କା । ଏ ଅର୍ଥରେ କେତେ କଣ କ୍ଷତିଗ୍ରସ୍ତଙ୍କୁ ଦିଆଯିବ, ସେ ନେଇ ଚିନ୍ତାରେ ପଡିଛି ପ୍ରଶାସନ । ଜିଲା ପ୍ରଶାସନର ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁଯାୟୀ ଜିଲାର ୭ଟି ତହସିଲରେ ୪୪୩ ଟି ଗାଁର ୧ ଲକ୍ଷ ୭୫ ହଜାର ୩୮୦ ଲୋକ ପ୍ରଭାବିତ ହୋଇଥିଲେ । ୨୯୧୬୦.୩ ହେକ୍ଟର ଚାଷ ଜମି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା । ଏହାବ୍ୟତୀତ ୨୪୨୯ ଟି ପକ୍କାଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬୨ ଟି କଚ୍ଚା ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିଲା । ୨୦୮ ଟି କୁଡିଆ ଘର ସଂପୂର୍ଣ୍ଣ ଭାଂଗି ଯାଇଥିଲା । ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ବାସଗୃହର ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କା ଆକଳନ କରାଯାଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ପରେ ନିଦେ୍ର୍ଦଶ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ୭ଟି ତହସିଲ ପକ୍ଷରୁ କ୍ଷତିଗ୍ରସ୍ତ ବାସଗୃହ ଗୁଡିକର ପ୍ରକୃତ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ରିପୋର୍ଟରେ ଜିଲାରେ ସମୁଦାୟ ୧୨୧୪ ଟି କଚ୍ଚା ଘର ଆଂଶିକ କ୍ଷତି ଗ୍ରସ୍ତ ହେବା ସହ ୨୫ ଟି କୁଡିଆ ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଓ ୯୧ ଟି ଗୁହାଳ ସମୁଦାୟ ୧୩୩୦ ଟି ଘର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇଥିଲା ପ୍ରଶାସନ । ଏବେ ମିଳିଥିବା ସହାୟତା ରାଶିରୁ ୪୧ ଲକ୍ଷ ୭୮ ହଜାର ୪୦୯ ଟଙ୍କା ୭ଟି ତହସିଲକୁ ପ୍ରଦାନ କରାଯାଇଛି । ଭଦ୍ରକ ତହସିଲର ୧୭୭ ଟି କଚ୍ଚା ଘର ଆଂଶିକ ନଷ୍ଟ ହୋଇଥିବାବେଳେ ୭ ଟି କୁଡିଆ ଓ ୧୨ ଟି ଗୁହାଳ ସଂପୂର୍ଣ୍ଣ ନଷ୍ଟ ହେବା ବାବଦରେ  ୬ ଲକ୍ଷ ୨୦ ହଜାର, ଭଣ୍ଡାରିପୋଖରୀ ବ୍ଲକ୍ର ୪୧ଟି କଚ୍ଚା ଘର ଆଂଶିକ ଓ ୩ଟି ଗୁହାଳ ସଂପୂର୍ଣ୍ଣ ନଷ୍ଟ ହେବା ବାବଦରେ ୧ ଲକ୍ଷ ୩୭ ହଜାର, ବାସୁଦେବପୁର ବ୍ଲକ୍ର ୩୫୪ ଟି କଚ୍ଚା ଘର ଆଂଶିକ, ୧୨ଟି କୁଡିଆ ଓ ୭୦ ଟି ଗୁହାଳ ସଂପୂର୍ଣ୍ଣ ନଷ୍ଟ ହେବା ବାବଦରେ ୧୩ ଲକ୍ଷ ୨୯ ହଜାର ଟଙ୍କା ଦିଆଯାଇଛି । ସେମିତି ବନ୍ତ ବ୍ଲକ୍ର ୪୮ ଟି କଚ୍ଚା ଘର ଆଂଶିକ କ୍ଷତି ବାବଦରେ ୧ ଲକ୍ଷ ୫୩ ହଜାର ଟଙ୍କା, ଧାମନଗର ବ୍ଲକ୍ରେ ୩୨୨ କଚ୍ଚା ଘର ଆଂଶିକ, ୫ଟି କୁଡିଆ ଓ  ୬ଟି ଗୁଆଳ ବାବଦରେ ୧୦ ଲକ୍ଷ ୬୩ ହଜାର, ତିହିଡି ବ୍ଲକ୍ରେ ୨୭୨ ଟି କଚ୍ଚା ଘର ଆଂଶିକ କ୍ଷତି ଓ ଗୋଟିଏ କୁଡିଆ ଘର ସଂପୂର୍ଣ୍ଣ ନଷ୍ଟ ବାବଦରେ ୮ ଲକ୍ଷ ୭୪ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top