ad
ଗଞ୍ଜାମ

ତିତିଲି ବନ୍ୟା ସମୟରେ ଲୋକଙ୍କୁ ସାହାଯ୍ୟ କରିଥିବା ତିତଲି ହିରୋ ମୁଖ୍ୟମନ୍ତ୍ରୀ ଦ୍ୱାରା ସମ୍ବର୍ଦ୍ଧନା

ଆସିକା,୨୪/୧୧(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ସାମୁଦ୍ରିକ ଝଡ ତିତିଲି ସମୟରେ ବିପନ୍ନମାନଙ୍କୁ ସହଯୋଗ କରିଥିବା ୨୫ ଜଣ ତିତଲି ହିରୋଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମ୍ବର୍ଦ୍ଧନା କରିଛନ୍ତି । ଏହା ସହିତ ଏହି ହିରୋ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ଏମାନେ ବହୁ ପ୍ରଭାବିତ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା କମ କରିପାରିଛି । ଏମାନେ ନିଷ୍ଠାର ସହ ତିତଲି ବିପନ୍ନଙ୍କୁ ଉଦ୍ଦାର, ରିଲିଫ ବଣ୍ଟନ କାମରେ ସହ ଯୋଗ କରିଥିଲେ । ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କୁ ମୁଖ୍ୟ ମୁଖ୍ୟମନ୍ତ୍ରୀ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କ ମଧ୍ୟରେ ଆସିକା ହରିହର ନଗରର ସତ୍ୟନାରାୟଣ ସ୍ୱାଇଁ ଓ ଆସିକା ନୂଆଗାଁର ଏସ. ସରୋଜ କୁମାର ପାତ୍ର ।ସତ୍ୟ ନାରାୟଣ ସ୍ୱାଇଁ ତିତିଲି ସମୟରେ ବିଭିନ୍ନ ସ୍କୁଲ ଏବଂ ବାତ୍ୟା ଆଶ୍ରସ୍ଥଳୀରେ ରହିଥିବା ଅସହାୟ ଲୋକମାନଙ୍କୁ ରୁଟି, ବିସ୍କୁଟ, କଦଳି, ପାଣି ବୋତଲ ଯୋଗାଇଥିଲେ । ବନ୍ୟା ପରେ ରନ୍ଧା ଖାଦ୍ୟ ଭାତ ଓ ଡାଲାମା ଦୁଇ ଦିନ ଧରି ୫ରୁ ୭ ହଜାର ବନ୍ୟା ପିଡିତ ଲୋକଙ୍କୁ ବଣ୍ଟନ କରିଥିଲେ ।ବନ୍ୟା ପରେ ପରେ ଲୋକଙ୍କୁ ରନ୍ଧା ଖାଦ୍ୟର ଆବଶ୍ୟକତା ଅନୁଯାୟୀ ଯୋଗାଇଥିବା କହିଥିଲେ । ସେହିଭଳି ନୁଆଗାଁର ଏଲ.ସରୋଜ କୁମାର ପାତ୍ର ବନ୍ୟା ଦିନ ପ୍ରଶାସନର ସହଯୋଗରେ ୪ ହଜାର ପ୍ୟାକେଟ ହାଲୁଆ, ୩ ହଜାର ପାଣି ପ୍ୟାକେଟ, ୨ ହଜାର ବିସ୍କୁଟ ପ୍ୟାକେଟ ଏବଂ ବନ୍ୟା ପରଦିନ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସଚ୍ଚିବାଳୟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠିଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କ ସେବା ସମାଜ ପାଇଁ ଉଦାହରଣ ରହୁ ବୋଲି ମତବ୍ୟକ୍ତି କରିଥିଲେ |

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top