ଓଡ଼ିଶା

ତିତଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପହଁଲା ୭ ଜଣିଆ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର-୧.୧୧ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ସମୟ ଅଭାବରୁ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସିବାରେ ବିଳମ୍ବ ହୋଇଥିବା, ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସିବା ୭ଜଣିଆ ଟିମର ମୁଖ୍ୟ କେନ୍ଦ୍ର ଗୃହ ବିଭାଗ ଜଏଣ୍ଟ ସେକ୍ରେଟାରୀ ଏ କେ ସାହି ସୂଚନା ଦେଇଛନ୍ତି। କ୍ଷୟକ୍ଷତିର ଆକଳନ କରି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। କେନ୍ଦ୍ରରୁ କ୍ଷୟକ୍ଷତି ଆକନ କରିବାକୁ ୮ଜଣିଆ କେନ୍ଦ୍ରିୟ ଟିମ ଆସିବାର ଥିଲେହେଁ ୭ ଜଣିଆ ଟିମ ଓଡିଶାରେ ପହଞ୍ଚିଛନ୍ତି। ଏପଟେ ରାଜ୍ୟ ସରକାର ତିତଲିର କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କରି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top