ତିଖାଲି ଡ୍ୟାମର ସାଇଟ କେନାଳ ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ ତଦନ୍ତ ଦାବି କଲେ କୁଲିଗାଁ ଗ୍ରାମବାସୀ

ଖଡିଆଳ/ନୂଆପଡା-୦୨.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲା ଓ ବଲାଙ୍ଗିର ଜିଲାର ଚାଷୀ ମାନଙ୍କୁ ଦିର୍ଘମିଆଦି ପାଣି ଯୋଗାଇବା ଓ ଚାଷୀ ଏହି ପାଣି ଦ୍ୱାରା ଚାଷ କରି ଉପକୃତ ଲକ୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୦୦ ମସିହାରେ ଖଡିଆଳ ବ୍ଲକ ଓ କୋମନା ବ୍ଲକ ର ଇନ୍ଦ୍ର ଓ ସୁନ୍ଦର ନଦୀର ମଧ୍ୟସ୍ଥଳ ତିଖାଲି ଠାରେ ଡ୍ୟାମର ଶୁଭାରମ୍ଭ କରିଥିଲେ। ନାନା ସମସ୍ୟା ଦେଇ ଡ୍ୟାମକାମ ବର୍ତ୍ତମାନ ସମ୍ପୂର୍ଣ୍ଣ ହେବାର ଶେଷ ପର୍ଯ୍ୟାୟରେ ଥିବାବେଲେ କେନାଲ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଚିଂଲାଣି। କିନ୍ତୁ ସାଇଟ କେନାଲ କାମ ମାନ ନିମ୍ନମାନର କରାଯାଇଥିବାରୁ ୬ ମାସ ମଧ୍ୟରେ ଘାଇ ହୋଇ ଭୁଷୁଡି ଯାଇ ପାଣି ଅନ୍ୟତ୍ର ଚାଳି ଚାଷୀର ଜମିକୁ କ୍ଷତି ଘଟାଇ ବାଳିଚର ହୋଇଯାଇଥିବା ପରି ଘଟଣା ଦୃଷ୍ଟି ଗୋଚରକୁ ଆସିଛି। ସୂଚନା ମତେ ଖଡିଆଳ ବ୍ଲକ କୁଲିଗାଁ ଗ୍ରାମର ମୁଖ୍ୟ ବାମ କେନାଲରୁ ଘରଧରା ପର୍ଯ୍ୟନ୍ତ ସାଇଟ କେନାଲ ଗତ ୨୦୧୭ ବର୍ଷରେ ନିର୍ମାଣ ହୋଇଥିଲା। କୁଲିଗାଁ ଠାରୁ ଘରଧରା ୩ କିଲୋମିଟରରୁ ଅଧିକ ଶାଖା କେନାଲ ନିର୍ମାଣ ହୋଇଥିବା ବେଲେ ପ୍ରଥମ ଥର ପାଇଁ ଗତ ୨ ଦିନତଳେ ଏହି କେନାଲରେ ପାଣି ଛଡାଯାଇଥିଲା। କିନ୍ତୁ ପ୍ରଥମ ଭାବରେ ପାଣି ଛଡାଯାଇଥିଲେ ମଧ୍ୟ କେନାଲ କାମ ନିମ୍ନ ମାନର କରାଯାଇଥିବାରୁ କୁଲିଗାଁ ଓ ଘରଧରା ଅନେକ ସ୍ଥାନରେ ମାଟି ଭୁଷୁଡି ଯାଇ ଘାଇ ସୃଷ୍ଟି ହୋଇ ପାଣି ଗଲିଯାଇଥିବା ଓ ଚାଷୀ ଙ୍କ ଜମିରେ ବାଳିଚର ହୋଇଯାଇଥିବା ଦେଖିବାକୁ ମିଲିଛି। ଯେତେବେଲେ କେନାଲ କାମ କରିବା ପୁର୍ବରୁ ମାଟି ପକାଯାଇଥିଲା ସେହି ସମୟରେ ମାଲମାଟି ପକାଯାଇଛି। ମାଳମାଟି ପକାଇ ମାଟି କୈାଣସି ଗ୍ରାଣ୍ଡିଂ ନକରିବା ଦ୍ୱାରା ମାଟି ହାଲୁକା ହୋଇଥିଲା। ସେହି ହାଲୁକା ମାଟିରେ ଶାଖା କେନାଲ କାମ କରାଯାଇଥିଲା। ପୁଣି କେନାଲ କାମ ମଧ୍ୟ ୨ ଇଚଂ କରାଯାଥିବା ଓ ଠିକ ଭାବରେ ସୁରୁକି ସିମେଂଟ ପ୍ରୟୋଗ ନ ହେବା ଦ୍ୱାରା ପ୍ରଥମ ପାଣି ଛଡାରେ କେନାଲ ଭୁଷୁଡି ଯାଇ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଲିଛି।। ଏହା ଗୋଟିଏ ଯାଗା କି ଦୁଇଟି ଯାଗା ନୁହଁ, ଶାଖା କେନାଲ ର ସମ୍ପୁର୍ଣ୍ଣ କାମରେ ଡୁବଲ୍ଲିକେଟ ହୋଇଥିବାରୁ ଦୁଇପଟ କେନାଲ ଫାଟି ଆଁ କରିଥିବା ଦେଖିବାକୁ ମିଲିଛି। ଏହି ଗୋଟିଏ ଗ୍ରାମକୁ ନୁହଁ ଶାଖା କେନାଲ ଯେଉଁ ଯେଉଁ ଆଡେ ତିଆରି ହୋଇଛି ସବୁ ଆଡେ ଅଭିଯୋଗ ଆସୁଛି। ତିଖାଲି ଡ୍ୟାମ ନିର୍ମାଣରେ ବ୍ୟାପକ ଦୁର୍ନିତି ହୋଇ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲେ ଉପରସ୍ତରରେ ଠିକାଦାର ଓ ଅଫିସର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ତିଖାଲି ଡ୍ୟାମ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ କାମ ୬ ମାସ ମଧ୍ୟରେ ଭାଙ୍ଗିଯାଉଛି ସେହି କାମ ଦିର୍ଘମିଆଦି କେମିତି ହୋଇପାରିବ ବୋଲି କୁଲିଗାଁ ର ଚାଷୀ କର୍ଣ୍ଣ ନାଗ, ଗରୁଡଧ୍ୱଜ ଶବର, ସନାତନ ଶବର, ବଟକୃଷ୍ଣ ଶବର, ଘାସିରାମ ଶବର ସମେତ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବର୍ତମାନ ଶାଖା କେନାଳ ପୁଣି ନୁତନ ଭାବେ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ନହେଲେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲୁି ଚେତାବନନୀ ଦେଇଛନ୍ତି। ଏ ବିଷୟରେ ତିଖାଲି କେନାଲ ଡିଭିଜନ କାର୍ଯନିର୍ବାହୀ ଯନ୍ତ୍ରୀ ଶ୍ୱେତ ଜାଳି ଙ୍କୁ ଯୋଗାଯୋଗ କରାଯିବାରୁ ପ୍ରଥମେ କିଛି ହୋଇନାହିଁ କେବଳ ସାମ୍ବାଦିକ ମାନେ ଅଯଥା ଇସୁ କରୁଛନ୍ତି ବୋଲି କହିଥିଲେ କିନ୍ତୁ ପରେ ଘାଇ ହୋଇଯାଇ ପାଣି ଗଲିଯାଇଥିବା ବିଷୟରେ ବିସ୍ତୃତ ଭାବରେ କହିଲା ପରେ ଏହି କାମ ଖରିଆର ରୋଡର ଠିକାଦାର ରୁପେଶ କୁମାର ଅଗ୍ରୱାଲ କରିଛନ୍ତି ତାଙ୍କୁ ପୁଣି ଏହି କେନାଳ କାମ କରିବା ପାଇଁ କୁହାଯିବ ନହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଉପରିସ୍ତ ଅଫିସର ଙ୍କୁ ସୁପାରିଶ କରାଯିବ ବୋଲି ପ୍ରକାଶ କରିଥିଲେ। କେନାଲ କାମରେ ଦୁର୍ନର୍ିତି ହୋଇଥିବା ଷ୍ପଷ୍ଟ ଜଣାପଡିଛି। ଦୋଷୀ ଠିକାଦାର ଓ ଦୋଷୀ କର୍ମଚାରୀ ମାନଙ୍କ ବିରୋଧରେ କଠୋର କାର୍ଯନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *