ଜିଲ୍ଲା ପରିକ୍ରମା

ତିଖାଲି ଡ୍ୟାମ ରେ ନିର୍ମିତ ଜଳେଶ୍ୱର ମନ୍ଦିର ନିର୍ମାଣ ର ଏକ ବର୍ଷ ପୁରିଲା, ଉଦଘାଟନ ହେବ କେବେ ?

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ଭାରତ ବର୍ଷ ତଥା ଓଡିଶାର ବିଭିନ୍ନ ସ୍ଥାନରେ ମାନଙ୍କ ଜଳସେଚନ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ନଦୀ ମାନଙ୍କୁ ଅଟକାଇ ଚାଷୀ ମାନଙ୍କର ଉନ୍ନତି କଳ୍ପେ ଡ୍ୟାମ ମାନ ନିର୍ମାଣ କରାଯାଉଛି। ଚାଷୀ ମାନଙ୍କୁ ଚାଷ ପାଇଁ ଜମିରେ ଜଳ ଯୋଗାଇଦେବା ସହିତ ଡ୍ୟାମ ଥିବା ନିର୍ମାଣ ଥିବା ସ୍ଥାନ ମାନଙ୍କରେ ପର୍ଯ୍ୟଟକ ମାନଙ୍କ ମନୋରଜଂନ ପାଇଁ ବିଭିନ୍ନ ପ୍ରକାର ପାର୍କ ସହିତ ଧର୍ମାବିଳମ୍ବୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ମନ୍ଦିର ନିର୍ମାଣ କରିଥାନ୍ତି। ଯାହା ଫଳରେ ଏହି ସ୍ଥାନ ମାନଙ୍କରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ଥାଏ ଓ ଭିଡ ଜମାଇଥାଏ। ସେଥି ପାଇଁ ନୁଆପଡା ଜିଲା ସଦର ପତରା ଡ୍ୟାମ ଠାରେ ଯୋଗେଶ୍ୱର ମନ୍ଦିର ନିର୍ମାଣ ସହିତ ବିଭିନ୍ନ ପ୍ରକାର ପାର୍କ ତିଆରି କରାଯାଇଛି। ଧର୍ମାବିଳମ୍ବୀ ମାନେ ବାବା ଯୋଗେଶ୍ୱର ଙ୍କ ପୁଜାର୍ଚ୍ଚନା କରିବା ସହିତ ଡ୍ୟାମ ସହିତ ବିଭିନ୍ନ ପାର୍କ ମାନଙ୍କରେ ସମୟ ବିତାଇ ମନୋରଜଂନ କରିଥାନ୍ତି। ଏପରି କଳ୍ପେ ନୁଆପଡା ଜିଲା ଖଡିଆଳ ଓ କୋମନା ବ୍ଲକ ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମଧ୍ୟ ସ୍ଥଳରେ ଗତ ୨୦୦୦ ମସିହାରେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତିଖାଲି ଡ୍ୟାମ ର ଶୁଭ ଉଦଘାଟନ କରିଥିଲେ। ଦିର୍ଘ ୧୭ ବର୍ଷ ପରେ ମଧ୍ୟ ଡ୍ୟାମ କାର୍ଯ୍ୟ ୭୦ ପ୍ରତିଶତ ସମ୍ପୁର୍ଣ୍ଣ ହୋଇଥିବା ବେଲେ ଆହୁରି ୩୦ ପ୍ରତିଶତ କାର୍ଯ୍ୟ ବାକିରହିଛି। ହେଲେ ନୁଆପଡା ଜିଲାରେ ପତୋରା ଡ୍ୟାମ, ପାତଲଗଙ୍ଗା କୁ ଛାଡିଦେଲେ ଆହୁରି ମନୋରଜଂନ ସ୍ଥାନ ନଥିବାରୁ ତିଖାଲି ଡ୍ୟାମ ଅର୍ଦ୍ଧନିର୍ମିତ ହୋଇଥିଲେ ମଧ୍ୟ ଗତ ୩/୪ ବର୍ଷ ହେଲା ଏ ଅଞ୍ଚଳର ଲୋକେ ବିଭିନ୍ନ ଓକେଜନ ମାନଙ୍କରେ ପ୍ରବଳ ଭିଡ ପରିଳକ୍ଷିତ ହେଉଥିବା ଦେଖିବାକୁ ମିଳିଛି। ତିଖାଲି ଡ୍ୟାମରେ ଗତ ୩ ବର୍ଷ ହେଲା ବିଭିନ୍ନ ପ୍ରକାର ପାର୍କ ନିର୍ମାଣ ହୋଇଛି। ପୁଣି ଏକ ବର୍ଷହେଲା ୧ କୋଟି ପାଞ୍ଚଳକ୍ଷ ଟଙ୍କାରେ ଜଳେଶ୍ୱର ମନ୍ଦିର ନିର୍ମାଣ ହୋଇସାରିଛି। ମନ୍ଦିର ନିର୍ମାଣ ହୋଇ ସମ୍ପୁର୍ଣ୍ଣହେବାର ଏକ ବର୍ଷ ପୁରିଯାଇଥିଲେ ମଧ୍ୟ ମନ୍ଦିର ଉଦଘାଟନ ହୋଇପାରିନାହିଁ। ତିଖାଲି ଡ୍ୟାମରେ ସମ୍ପୁର୍ଣ୍ଣ ଭାବେ ୧୦ ଖଣ୍ଡ ଗ୍ରାମ ବୁଡିଯାଇଥିବା ବେଲେ ୧୯ ଖଣ୍ଡ ଗ୍ରାମ ସମ୍ପୁର୍ଣ୍ଣ ବୁଡି ହୋଇଥିଲା। ୧୦ ଖଣ୍ଡ ଗ୍ରାମ ବୁଡି ହୋଇଥିବା ଯୋଗୁଁ ସେହି ଗ୍ରାମ ମାନଙ୍କର ସ୍ମୁତି ପାଇଁ ୧୦ ଗୋଟି ଦେବା ଦେବୀ ମନ୍ଦିର ନିର୍ମାଣ କରାଯାଇଥିବା ବେଲେ ଜଲେଶ୍ୱର ମନ୍ଦିର ନିର୍ମାଣ କରାଯାଇଛି। କିନ୍ତୁ ମନ୍ଦିର ନିର୍ମାଣ ର ଏକ ବର୍ଷ ପୁରିଯାଇଥିବା ବେଲେ କାହିକିଁ ଉଦଘାଟନ ହୋଇ ପାରୁନାହିଁ ବୋଲି ବିସ୍ଥାପିତ ସହାୟତା ସମିତି ସଭାପତି ଅଲେଖ ମାଝୀ ଓ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ପ୍ରଶ୍ନ କରିଛନ୍ତି। ମନ୍ଦିର ଉଦଘାଟନ କାହ ପାଇଁ କରାଯାଇ ପାରୁନାହିଁ ବୋଲି ସେମାନେ କହିବା ସହିତ ତୁରନ୍ତ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି। ଏ ବିଷୟରେ ତିଖାଲି ନିର୍ମାଣ ଧିନ ଯନ୍ତ୍ରୀ ସୁନିଲ କୁମାର ନାଏକ ଙ୍କ ସହିତ ଯୋଗାଯୋଗ କରାଯିବାରୁ ଲୋୟରଇନ୍ଦ୍ର ତିଖାଲି ବିସ୍ଥାପିତ ସହାୟତା ସମିତି ୨ ଗୋଟି ରହିଥିବାରୁ କେଉଁ ବିସ୍ଥାପିତ ସହାୟତା ସମିତିକୁ ଦାୟୀତ୍ୱ ଦିଆଯିବ ସେ ନେଇ ଅରିରିକ୍ତ ଜିଲାପାଳଙ୍କୁ ଜଣାଇ ଦିଆଯାଇଥିବା ବେଲେ ରିପୋର୍ଟ ଆସିଲେ ମନ୍ଦିର ଦାୟୀତ୍ୱ ସମର୍ପଣ କରାଯିବ ବୋଲି ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top