ad
ଜିଲ୍ଲା ପରିକ୍ରମା

ତାଳବଣିଆ ପଡ଼ିଆରୁ ଜବରଦଖଲ ଉଚ୍ଛେଦ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ତାଳବଣିଆ ହେଲିପ୍ୟାଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି। ବହୁ ଦିନରୁ ଏହି ପଡ଼ିଆକୁ ମାଡ଼ିବସି କୁଡ଼ିଆ କରି ରହୁଥିବା ଯାଯାବରମାନଙ୍କୁ ଏଠାରୁ ହଟାଯାଇଛି। ପୁରୀ ପୌରାଞ୍ଚଳ ଅଧିନରେ ଆସୁଥବା ଏହି ଅଞ୍ଚଳରେ ଶନିବାର ସକାଳୁ ଜେସିବି ଲଗାଇ ଏସବୁ ଭଂଗାଯିବା ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରାଯାଇଛି। ତହସିଲଦାର କରଣ୍ୟେନ୍ଦୁ ମହାନ୍ତିଙ୍କ ଉପସ୍ଥିତିରେ ଏହି ସବୁ ଯାଗାର ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ପୌରପାଳିକାର ପାତର ଅନ୍ତର ନୀତି ଏଠାରେ ପଦାରେ ପଡ଼ିଛି। ତାଳବଣିଆ ପାଖ କେନ୍ଦ୍ରୀୟ ବିଦ୍ୟାଳୟରୁ ଭୁଦାନଛକ ପର୍ଯ୍ୟନ୍ତ ରାସ୍ତା ସଂପୂର୍ଣ୍ଣ ଜବର ଦଖଲ ଥିଲେବି ଏଥିପ୍ରତି କାହାରି ନଜର ନପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟିକରିଛି। ଶନିବାର ତାଳବଣିଆ ଅଞ୍ଚଳରୁ ଏହି ସବୁ ଜବର ଦଖଲ ଗୁଡ଼ିକୁ ଉଚ୍ଛେଦ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top