ତାଳତୁମ୍ବରେ ଯଂଜ୍ଞମହୋତ୍ସଵ

ଖୋର୍ଦ୍ଧା .ନୟାଗଡ଼ ୨୮/୧୦(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗୋପାଳପୁର ପଚାଂୟତ ତାଳତୁମ୍ବ ଶ୍ରୀ ପଶ୍ଚିମେଶ୍ଚର ମହାଦେବଙ୍କ ପୀଠରେ ଅଷ୍ଠାଦଶ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ଏହି ମହାଯଜ୍ଞ ଅନୁଷ୍ଟିତ ହେବ । ଯାହାକି ଅଚଂଳର ସବୁଠାରୁ ବୃହତ ବିଶ୍ୱଶାନ୍ତି ମହାଯଜ୍ଞ ରୁପେ ପରିଚିତ । ସୋମବାର ଅପରାହ୍ନରେ ପଶ୍ଚିମେଶ୍ୱରଙ୍କ ଠାରୁ ଆଜ୍ଞାମାଳ ନେଇ ୩୦ରୁ ଉଦ୍ଧ୍ୱର୍ ମାନସିକ ଧାରୀଙ୍କ ସହାୟତାରେ ଗ୍ରାମ ପୁଷ୍କରିଣୀରୁ କଳସ ଯାତ୍ରା ମାଧ୍ୟମରେ ଜଳଘେନି ଯଜ୍ଞ ମଣ୍ଡପରେ ସ୍ଥାପନ ଓ ଶୁଭ ଅଙ୍କୁରୋପଣ କାର୍ଯ୍ୟଆଦି ଅନୁଷ୍ଠିତ ହୋଇଯାଇଛି ସାତଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ ବାଦିପାଲା ଗାୟକ କମଳାକାନ୍ତ ନାୟକ (ଭଦ୍ରକ) ଓ ସତ୍ୟନାରାୟଣ ଜେନା (କଟକ)ଙ୍କ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାଦିପାଲା ଅଳର ଏକ ସର୍ବ ପୁରାତନ ପ୍ରମୁଖ ପାଲା ହୋଇଥିବାରୁ ବୁଦ୍ଧିଜୀବୀ ଓ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହି ଯଂଜ୍ଞ ମହୋତ୍ସଵକୁ ଶ୍ରୀ ପଶ୍ଚିମେଶ୍ୱର ଦେବ ଆଳିକ ବିଶ୍ୱଶାନ୍ତି ମହାଯଜ୍ଞ କମିଟିର ସମସ୍ତ ସଦସ୍ୟ ସମେତ ଅନନ୍ତାପଲ୍ଲୀ ଓ ତାଳତୁମ୍ବ ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ଓ ଗ୍ରାମବାସୀ ସହାୟତା କରିଥିଲେ

Leave a Reply

Your email address will not be published. Required fields are marked *