ଅନୁଗୁଳ

ତାଳଚେର ସାରକାରଖାନାର ଭିତିପ୍ରସ୍ତର ସ୍ଥାପନ ଏକ ପ୍ରହସନ; କଂଗ୍ରେସ

ତାଳଚେର, ୨୦/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଆଗାମୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ୧୩ହଜାର କୋଟି ଟଙ୍କା ବ୍ୟୟରେ ନୂତନ ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଶିଳାନ୍ୟାସ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ଏହାକୁ ଦୃଢ଼ ସମାଲୋଚନା କରାଯାଇଛି। ତାଳଚେର ବାଇପାସ ସ୍ଥିତ ହୋଟେଲ ଗ୍ରୀନପାର୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ କଂଗ୍ରେସର କାର୍ଯ୍ୟକର୍ତାମାନେ ବିଜେପି ସରକାର ନିଜର ଅନ୍ତିମ ସମୟରେ ତାଳଚେର ସାରକାରଖାନାର ଭିତିପ୍ରସ୍ତର ଦେବା ଏକ ରାଜନୈତିକ ଚାଲ ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି। ତତକାଳୀନ ଏନ୍.ଡି.ଏ ସରକାର ୧୯୯୯ ମସିହାରେ ପୁରୁଣା ଏଫ.ସି.ଆଇ ସାରକାରଖାନାକୁ ବନ୍ଦ କରି ଦେଇଥିଲେ। କିନ୍ତୁ ପରେ କଂଗ୍ରେସ କ୍ଷମତାକୁ ଆସିବାପରେ କେନ୍ଦ୍ରରେ ସାର ଓ ରସାୟନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଶ୍ରୀକାନ୍ତ ଜେନା ବନ୍ଦ ପଡ଼ିଥିବା ଏଫ.ସି.ଆଇ.କୁ ପୁନଃରୁଦ୍ଧାର କରିବାକୁ ଆର.କେ.ଏଫ୍.ସି.ଆଇ.ଏଲ ଏବଂ ଗେଲ ସହାୟତାରେ କାର୍ଯ୍ୟାରମ୍ଭ କରିଥିଲେ। କିନ୍ତୁ ପୁନର୍ବାର କେନ୍ଦ୍ରରେ ବିଜେ.ପି ନେତୃତ୍ୱାଧିନ ଏନ୍.ଡି.ଏ ସରକାର ଆସିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଭାଷଣ ଜରିଆରେ ତାଳଚେର ସାରକାରଖାନାର ପୁଣି ପୁନଃରୁଦ୍ଧାର କରାଯାଇ ୨୦୧୮ମସିହା ସୁଦ୍ଧା ପୁଣି ଉତ୍ପାଦନକ୍ଷମ ହେବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ଉତ୍ପାଦନ ତ ଦୂରର କଥା ଏବେ ବହୁ ବିଳମ୍ବରେ ଶିଳାନ୍ୟାସ କରାଯିବ ବୋଲି ସୂଚନା ମିଳିଛି। ଯାହାକି ସମ୍ପୂର୍ଣ୍ଣ ପ୍ରହସନ ପରି ମନେ ହେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ନିର୍ବାଚନ ପାଖେଇ ଆସୁଥିବାରୁ କେବଳ ଭୋଟ ହାତେଇବା ପାଇଁ ଏପରି ଭିତିପ୍ରସ୍ତର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ଉପସ୍ଥିତ କାର୍ଯ୍ୟକର୍ତା ଅଭିଯୋଗ କରିଥିଲେ। ଏହି ଗଣମାଧ୍ୟମ ସମ୍ମିଳନୀରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ବେହେରା, ତାଳଚେର ବ୍ଲକ କଂଗ୍ରେସ ସଭାପତି ହାଡ଼ିବନ୍ଧୁ ବିଶ୍ୱାଳ, ଯୁବନେତା ସୁବ୍ରତ ଗଡ଼ନାୟକ, ଜୋନ ସଭାପତି ଦାଶରଥି ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top