ଅନୁଗୁଳ

ତାଳଚେର ସଦର ଥାନା ପରିସରରେ ବୃକ୍ଷରୋପଣ

ତାଳଚେର,୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ତାଳଚେର ସଦର ଥାନା ପରିସରରେ ତାଳଚେର ୟୁଥ ରେଡ଼କ୍ରସ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଥାନା ଆଇଆଇସି ସୈାଭାଗ୍ୟ ସ୍ୱାଇଁ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଥାନା ପରିସରରେ ବିଭିନ୍ନ ଫଳ ଓ ଔଷଧୀୟ ଚାରାରୋପଣ କରାଯାଇଥିଲା । ଥାନା ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ,ରେଡ଼କ୍ରସ ସ୍ୱେଚ୍ଛାସେବୀ ତଥା ଶିକ୍ଷକ ଶାନ୍ତନୁ କୁମାର ସାହୁ,ରଞ୍ଜିତ ମହାପାତ୍ର,ଜିତୁ ବେହେରା,ଦେବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏଭଳି ମହତ କାର୍ଯ୍ୟ ନିମନ୍ତେ ଥାନା ଅଧିକାରୀ ଶ୍ରୀଯୁକ୍ତ ସ୍ୱାଇଁ ରେଡ଼କ୍ରସର ସ୍ୱେଚ୍ଛାସେବୀମାନଙ୍କୁ ସାଧୁବାଦ ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top