ତାଳଚେର ସଦର ଥାନା ପକ୍ଷରୁ ଆମ ପୋଲିସ୍ ସମିତି ବୈଠକ

ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ଥାନା ପକ୍ଷରୁ ଆମ ପୋଲିସ୍ ସମିତିର ମାସିକ ଆଲୋଚନାଚକ୍ର ତାଳଚେର ବ୍ଲକ୍ର ସନ୍ଥପଡା ଗ୍ରାମ ପଂଚାୟତ ଅଫିସ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପଣ୍ଡା ଓ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ସଂଘର ସମସ୍ତ କର୍ମକର୍ତା ତଥା ଗ୍ରାମବାସୀ ଓ ଲୋକ ପ୍ରତିନିଧି ଯୋଗ ଦେଇ ତାଳଚେର ବିଭିନ୍ନ ସମସ୍ୟା ଉପରେ ବିଚାର ବିମର୍ଷ କରିଥିଲେ। ପ୍ରଥମେ ତାଳଚେର ଥାନା ଅଧିକାରୀ ସମସ୍ତ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇବା ପରେ ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ସଫଳ ରୂପାୟନ ପାଇଁ ପୋଲିସ୍ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ଗ୍ରାମରେ ଥିବା ବିଦେଶୀ ମଦ ଦୋକାନକୁ ଉଠାଇବା, ସାଇବର ଅପରାଧ ଉପରେ ରୋକ ଲଗାଇବା, ତାଳଚେର ଟାଉନ୍ ଅଂଚଳ ତଥା ବହ୍ଲର ଛକ, ସନ୍ଥପଡା ଛକ, ଚାଇଁପାଳ ତଥା ଆଖପାଖ ଅଂଚଳରେ ପୋଲିସ୍ ପାଟ୍ରୋଲିଂ କଡାକଡି, ଗ୍ରାମାଂଚଳ ତଥା ସହରାଂଚଳରେ ବେଆଇନ୍ ଭାବେ ଗଢ଼ି ଉଠିଥିବା ଦେଶୀ ଓ ବିଦେଶୀ ମଦ ବିକ୍ରୀକୁ ଯାଂଚ କରିବା, ବହ୍ଲର ଛକ ଜନବହୁଳ ଛକ ହୋଇଥିବାରୁ ଟ୍ରାଫିକ୍ ସମସ୍ୟାକୁ ସୁଧାରିବା, ଚୋରା କୋଇଲା ଉପରେ ବାରମ୍ବାର ଚଢ଼ାଉ କରାଯାଇ ଅସାମାଜିକ ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମଦ ଦୋକାନ ନିକଟରେ ମଦ ନ ପିଇବା ଓ ଓ ଚାଖଣା ନଖାଇବା ପାଇଁ ଦୃଷ୍ଟି ଦେବା ଉପରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *