ଅନୁଗୁଳ

ତାଳଚେର ଭାରୀଜଳ କାରଖାନା ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ତାଳଚେର, ୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଏଫ୍.ସି.ଆଇ.ସ୍ଥିତ ଭାରୀଜଳ କାରଖାନା ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋବରା ଗ୍ରାମସ୍ଥିତ ମଝିଢିପ ସାହି ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରୀଜଳ କାରଖାନାର ସୁରକ୍ଷା ଅଧିକାରୀ ଚୈତନ୍ୟ ପ୍ରଧାନ ଯୋଗ ଦେଇ ଭାରୀଜଳ କାରଖାନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ରାସାୟନିକ ଗ୍ୟାସ ଲିକ୍ ତଥା ଅନ୍ୟାନ୍ୟ ବିପଦଜନକ ଦୁର୍ଘଟଣା ସମୟରେ ସାବଧାନ ରହି ନିଜ ଜୀବନ ବଂଚାଇବା ସହ ଅନ୍ୟ ମାନଙ୍କ ଜୀବନକୁ କିଭଳି ଭାବରେ ରକ୍ଷା କରାଯାଇପାରିବ ତଥା ନ୍ୟୁକ୍ଲିୟର ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କରାଯାଇ କିଭଳି ଏହାକୁ ବିଭିନ୍ନ ଜନକଲ୍ୟାଣ ମାର୍ଗରେ ଉପଯୋଗ କରାଯାଉଛି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ଅବସରରେ ଭାରୀ ଜଳ କାରଖାନା ପକ୍ଷରୁ ଏ ସମ୍ବନ୍ଧୀୟ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାରୀଜଳ କାରଖାନା ପକ୍ଷରୁ ସଞ୍ଜୟ କୁମାର ସାହୁ, ଜିଗ୍ନେଶ ପାଟଣୀଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ପାଣି ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଭାରୀଜଳ କାରଖାନା ପକ୍ଷରୁ ଆୟୋଜିତ ହେଉଥିବା ଏଭଳି ଜନ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଉଚ୍ଚପ୍ରଶଂସା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top