ଅନୁଗୁଳ

ତାଳଚେର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନୂତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସମ୍ବର୍ଦ୍ଧିତ

ତାଳଚେର, ୧୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନୂତନ କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କୁ ତାଳଚେର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ରବିବାର ପୂର୍ବାହ୍ନରେ ତାଳଚେର ସାଉଥବଲଣ୍ଡାସ୍ଥିତ ହିଙ୍ଗୁଳା ଅଫିସର୍ସ କ୍ଲବଠାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ହାଡିବନ୍ଧୁ ବିଶ୍ୱାଳ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବରେ ବିଶିଷ୍ଟ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ବିରଂଚି ନାରାୟଣ ସାହୁ, ବୀରବର ସାହୁ, ପବିତ୍ର ନାଏକ, ଙ୍ଘଟପଡ଼ାର ପୂର୍ବତନ ସରପଂଚ ନିରୋଦ ପ୍ରଧାନ, ଦାଶରଥୀ ସାହୁ, ଶ୍ରୀନିବାସ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନୂତନ ଭାବରେ ନିଯୁକ୍ତ ହୋଇଥିବା ଅନୁଗୋଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କୁ ଅତିଥି ଏବଂ ଦଳୀୟ କଂଗ୍ରେସ କାର୍ଯ୍ୟକର୍ତା ଏବଂ କର୍ମୀମାନେ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବୈଠକରେ କଂଗ୍ରେସକୁ ତୃଣମୂଳସ୍ତରରୁ କିପରି ସୁଦୃଢ କରାଯାଇପାରିବ ଓ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରାଯିବା ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ନୂତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ବେହେରା ଭାରତବର୍ଷରେ ଗଣତନ୍ତ୍ର ଥିବା ପର୍ଯ୍ୟନ୍ତ କଂଗ୍ରେସ ବଂଚି ରହିବ ବୋଲି ପ୍ରକାଶ କରିବାସହ ତାଳଚେର ଏବଂ ଅନୁଗୋଳ ଜିଲ୍ଲାରେ କଂଗ୍ରେସର ଶକ୍ତି ବୃଦ୍ଧି ନିମନ୍ତେ ସମସ୍ତ କାର୍ଯ୍ୟକର୍ତା ଏବଂ ଦଳୀୟ କର୍ମୀଙ୍କ ସହ ମିଳିମିଶି ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ର ନେତା ଅମିତ ସାହୁ, ଶ୍ରମିକ ନେତା ଦୁଷ୍ମନ୍ତ ସାହୁ, ରାହାସ ନାଏକ, ବିରଂଚି ଧର, ଗୀତିମୟୀ ରଥ, ଶ୍ରୀନିବାସ ବେହେରା, ଧୃବଚରଣ ଧୀର, ଦିଲ୍ଲୀପ ସିଂହ, କାଳିଆ କୁଅଁର, ଆଇନଜୀବି ସନ୍ଧ୍ୟାରାଣୀ ଦାସ ସାମନ୍ତ, ଡାକ୍ତର ମହାନ୍ତି, ରଙ୍ଗାଧର ନାୟକ, ବିକ୍ରମ ନାଏକ, ସଞ୍ଜିବ ନାଏକ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଓ ଆଇ.ଏନ୍.ଟି.ୟୁ.ସି ଶ୍ରମିକ ସଙ୍ଗଠନର ବହୁ ଶ୍ରମିକ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top