ଓଡ଼ିଶା

ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତିର ଆଲୋଚନାଚକ୍ର

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର) ତାଲଚେର-ବିମଳାଗଡ଼ ରେଲପଥ ସଂଗ୍ରାମ ସମିତି, ଗତ ତା୮/୮/୧ଓ୦ରିଖ ଦିନ ଭୁବନେଶ୍ୱର ଯାଇଁ ସେଠାର ପାନ୍ଥ ନିବାସଠାରେ, ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ବିଧାୟକ ସୁବ୍ରତ ତରାଇ, ସମିତିର ଆବାହକ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ବିଷ୍ଣୁ ମହାନ୍ତି, ହରିହର ରାଉତରାୟ, ସୁଧୀର ସୁନ୍ଦରରାୟ, ମିହିର ରାୟ, ରମେଶ ବଳ, ଛବି ମହାନ୍ତି ଯୋଗ ଦେଇ, ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ କିପରି କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରୁଛନ୍ତି, ତାହା ବିଶଦ ଭାବରେ ଆଲୋଚନା କରିବା ସହ, ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ପରଦିନ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇ, ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ସୁବ୍ରତ ତରାଇ, ତା୯/୮/୧୮ରିଖରେ ପରିବହନ ମନ୍ତ୍ରୀ ଶ୍ରୀ ନୃସିଂହ ଚରଣ ସାହୁଙ୍କୁ ତାଙ୍କର ଭୁବନେଶ୍ୱରସ୍ଥ ବାସଭବନରେ ଭେଟି, ଏହି ରେଳପଥର ଅଗ୍ରଗତି, ପ୍ରଗତି ଓ ବାଧା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ରେଳପଥ ପାଇଁ ଦୀର୍ଘ ୪୯ ବର୍ଷ ତଳେ ଅର୍ଥାତ୍ ୧୯୬୯ ମସିହାରେ, ଏକ ବିରାଟ ଆନ୍ଦୋଳନ, ରାଉରକେଲାର ଛାତ୍ର ସମାଜ, ସମସ୍ତଙ୍କର ସହଯୋଗରେ ଗଢି ଉଠି ତୋଳିଥିଲେ। ୨୦୦୩ ମସିହାରେ ବାରମ୍ବାର ସର୍ଭେ ହେବା ପରେ, କେନ୍ଦ୍ର କ୍ୟାବେନେଟର ଏହା ସ୍ୱୀକୃତି ଲାଭ କରିଥିଲା। ଏହା ପରେ ଏହି ରେଳପଥ ପାଇଁ ପର୍ଯ୍ୟାପ୍ତ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେଉଥିଲେ ମଧ୍ୟ, ରାଜ୍ୟ ସରକାର ଜମି ଅଧିଗ୍ରହଣ କରି, ରେଳବାଇକୁ ହସ୍ତାନ୍ତର କରୁ ନ ଥିବାରୁ, ଏହି ଦୀର୍ଘ ସମୟ ମଧ୍ୟରେ ୨୫ କି.ମି ରେଳପଥ ସୁଦ୍ଧା ନିର୍ମାଣ ହୋଇ ପାରିନାହିଁ। ପରିବହନ ମନ୍ତ୍ରୀ, ଏହାକୁ ଗୁରୁତ୍ୱର ସହ ବି·ରକୁ ନେଇ, ବିଭିନ୍ନ ଅଧିକାରୀଙ୍କ ସହ ଫୋନ୍ରେ ଆଲୋଚନା କରି କହିଥିଲେ ଯେ ଅଦ୍ୟାବଧି ତାଳଚେରଠାରୁ ୬୦ କି.ମି ମଧ୍ୟରେ ଥିବା ସରକାରୀ ଓ ଘରୋଇ ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଜମିକୁ ଅଧିଗ୍ରହଣ କରିବାକୁ ତ୍ୱରିତ ପଦେକ୍ଷପ ନିଆ ଯାଉଛି। ଏ ସଂପର୍କରେ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଏଥିପାଇଁ ଥିବା ପ୍ରତିବନ୍ଧକ ଦୂର କରିବାକୁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ। ଗତ ୨୭ ଜୁଲାଇ ୨୦୧୫ରେ ରାଜ୍ୟ ପରିବହନ ମନ୍ତ୍ରୀ, ରେଳବାଇ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ ହେବ ବୋଲି ବିଧାନସଭାରେ ପ୍ରତିଶୁ୍ରତି ଦେଇଥିଲେ ବୋଲି ମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଥିଲେ। ଏହା ପରେ, ଏହି ପ୍ରତିନିଧି ଦଳ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଆର.ଏସ.ଦୁବେଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି, ଏହି ରେଳପଥ ସଂପର୍କରେ ଆଲୋଚନା କରିଥିଲେ। ଡ. ଦୁବେ କହିଲେ ଯେ ସେ ଓଡିଶାରେ ହେଉଥିବା ରେଳ ପ୍ରକଳ୍ପର କାର୍ଯ୍ୟ ତଦାରଖ କରିବାକୁ ତା୧୮/୧/୨୦୧୭ରିଖରେ ସେ ଏହି ପଦବୀରେ ଯୋଗ ଦେଇଛନ୍ତି। ତାଳଚେରଠାରୁ ୪୩ କିମି ପର୍ଯ୍ୟନ୍ତ ଜମି ଆମର ହସ୍ତଗତ ହୋଇଛି ଏବଂ ଏହାର କାର୍ଯ୍ୟ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଶେଷ ହେବ। ୪୩କି.ମିରୁ ୧୪୯ କିମି ପର୍ଯ୍ୟନ୍ତ ଜମି ଲାଗି ଜମି ଅଧିଗ୍ରହଣ ଆଇନର ଧାରା-୧୧ଏ ଅନୁସାରେ ଏବଂ ଜଙ୍ଗଲ ଜମି ୬୮୪ ଏକର ପାଇଁ ନୋଟିଫିକେସନ ହୋଇ ନାହିଁ। ଜଙ୍ଗଲ ଜମିର ପ୍ରାୟ ୬୧୫ ଏକର ଜମି ୪ଜଣ ଡି.ଏଫ.ଓଙ୍କ ଅଧୀନରେ ରହିଛି, ଯାହାକୁ ଅନୁଗୋଳ, ଦେବଗଡ ଓ ସୁନ୍ଦରଗଡର ଜିଲ୍ଲାପାଳମାନେ ତଦାରଖ କରିବା କଥା। ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କୁ ଆମେ ନିୟମିତ ବ୍ୟବଧାନରେ ଭେଟି, ଏହା ଉପରେ ଆଲୋଚନା କରୁଛୁ। ଜିଲ୍ଲାପାଳ ଓ ସଚିବମାନେ ଏଥିପ୍ରତି ଆଗ୍ରହୀ ଥିବା ବେଳେ, ତଳିଆ କର୍ମ·ରୀମାନେ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନାହାନ୍ତି। ଯାହା ଫଳରେ ଆମେ ଜମି ପାଇବାରେ ବିଳମ୍ବ ହେଉଛି। ପ୍ରତି ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ରେଳପଥ ଅଗ୍ରଗତି ସଂପର୍କରେ ସମୀକ୍ଷା ହେଉଛି। କିନ୍ତୁ ଆମେ କେବଳ ଆମର ନିରାଶା ବ୍ୟକ୍ତ କରୁଛୁ। ଏହି ରେଳପଥ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଏହାର ଅର୍ଦ୍ଦେକ ଅର୍ଥାତ୍ ୭୦ କିମି ନିର୍ମାଣ ଦାୟିତ୍ୱ ଦକ୍ଷିଣ-ପୂର୍ବ ରେଳପଥକୁ ଦିଆଯିବ ଉଚିତ ହେବ କି ବୋଲି ଆମର ପ୍ରସ୍ତାବକୁ ସେ ପ୍ରତ୍ୟାଖାନ କରିଥିଲେ। ସେ କହିଲେ-ଯେଉଁ ଦିନ ଆମକୁ ସୁନ୍ଦରଗଡର ସମସ୍ତ ଜମି ମିଳି ଯିବ, ସେହିଦିନ ଆମେ ବିମଳାଗଡଠାରେ ଏକ ନିର୍ମାଣ ଅଫିସ ଖୋଲିବୁ। ଆମେ ତାଳଚେର ପଟୁ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଅନୁଗୋଳଠାରେ ଆମର ଅଫିସ ଏକ ବର୍ଷ ହେଲା କାର୍ଯ୍ୟ ଆରମ୍ଭ କରିଛି। ଯଦି ୬ମାସ ମଧ୍ୟରେ ଆମର ଆବଶ୍ୟକୀୟ ସମସ୍ତ ଜମି ମିଳିଯିବ, ତେବେ ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଶୈଷ କରି ପାରିବୁ। ଆଗାମୀ ନଭେମ୍ବର ସୁଦ୍ଧା, ତାଳଚେର ପଟୁ ସୁନାଖଣି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇ, ରେଳ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଜନସାଧାରଣଙ୍କ ସହଯୋଗ ମିଳିଲେ ଏହାକୁ ଆହୁରି ତ୍ୱରାନ୍ୱିତ କରାଯାଇ ପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top