ଜିଲ୍ଲା ପରିକ୍ରମା

ତାଳଚେର-ବିମଳାଗଡ ରେଳପଥ ଆନ୍ଦୋଳନର ସୁବର୍ଣ୍ଣ ଜୟନ୍ତୀ

ରାଉରକେଲା ୧୫-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା -ତାଳଚେର-ବିମଳାଗଡ ରେଳପଥ ଆନ୍ଦୋଳନର ସୁବର୍ଣ୍ଣ ଜୟନ୍ତୀ ପାଳନ ସଂପର୍କରେ ଆଲୋଚନା କରିବାକୁ ଏକ ପ୍ରସ୍ତୁତି କମିଟିର ବୈଠକ ଗତ କାଲି ରାଉରକେଲା ପ୍ରେସ୍ କ୍ଲବଠାରେ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ୧୯୬୯ ମସିହାରେ, ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ଦାବିରେ, ଛାତ୍ର କ୍ରିୟାନୁଷ୍ଠାନ କମିଟି ଆନୁକୂଲୂରେ ଅନୁଷ୍ଠିତ ଅଭୂତପୂର୍ବ ଆନ୍ଦୋଳନର ୪୯ ବର୍ଷ ଅଗଷ୍ଟ ୨୦ ତାରିଖରେ ପୂରଣ ହେବାକୁ ଯାଉଛି। ସେ ସମୟରେ ଆନ୍ଦୋଳନରେ ଭାଗ ନେଇଥିବା ବହୁ ବ୍ୟକ୍ତି ସଭାରେ ଉପସ୍ଥିତ ହୋଇ ଆନ୍ଦୋଳନର ସ୍ମୃତିଚାରଣ କରିବା ସହିତ ଦୀର୍ଘ ପଚାଶ ବର୍ଷ ମଧ୍ୟରେ, ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସଭା ଆରମ୍ଭରେ ଏହି ଆନ୍ଦୋଳନରେ ସଂପୃକ୍ତ ଥିବା ବହୁ ବ୍ୟକ୍ତ ଇହଲୀଳା ସମ୍ବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରଜ କିଶୋର ମହାନ୍ତି, ସୁରେନ୍ଦ୍ରନାଥ ମୁଦାଲି, ରାକ କିଶୋର ସାମନ୍ତରାଏ, ଜଗଦୀଶ ନାଗ, ରାଜ କିଶୋର ମହାନ୍ତି, ବନ ବିହାରୀ ଜାନା, ନିତ୍ୟାନନ୍ଦ ପଣ୍ଡା, ଏସ.କେ.ଚାଟାର୍ଜୀ, ଗୋପୀନାଥ ଘୋଷ ଓ ଅନ୍ୟମାନଙ୍କର ଆତ୍ମର ସଦ୍ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭାପତି ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ, ଗୋଟିଏ ଦିନର ନୋଟିସରେ ଏତେ ସଂଖ୍ୟାରେ ଆସି ଯୋଗ ଦେଇଥିବାରୁ, ସମସ୍ତଙ୍କଠାରେ କୃତଜ୍ଞ ପ୍ରକାଶ କରିଥିଲେ। ସର୍ବଶ୍ରୀ ବିଷ୍ଣୁ ମହାନ୍ତି, ହରିହର ରାଉତରାଏ, ମିହିର ରାୟ, ନଳିନୀକାନ୍ତ ଧର, ଅମୂଲ୍ୟ ବରାଳ, ଗୋପୀନାଥ ପଟ୍ଟନାୟକ, ସୁଧିର ସୁନ୍ଦରରାଏ, ନିରଞ୍ଜନ ଦାସ, ବିଚିତ୍ରାନନ୍ଦ ସାହୁ, ଡ. ଫକୀର ଚରଣ ହୋତା, ରମେଶ ବଳ, ପ୍ରମୋଦ କୁମାର ସାମଲ, ସୁରେନ୍ଦ୍ର ଦାସ, ଭୂପେନ ମହାପାତ୍ର ପ୍ରମୁଖ ଭାଗ ନେଇ ଆନ୍ଦୋଳନ ସଂପର୍କରେ ଆଲୋଚନା କରିବା ସହିତ, ୩୩ ବର୍ଷ ପରେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ମିଳିବା ଏବଂ ତାହା ପରେ ମଧ୍ୟ ୧୫ ବର୍ଷ ଅତି ବାହିତ ହୋଇଥିଲେ ସୁଦ୍ଧା ମାତ୍ର ୧୦ କି.ମି ରେଳପଥ ନିର୍ମାଣ ହେବା, ସରକାରଙ୍କ ଆନ୍ତରିକତା ଅଭାବର ପରିଚୟ ଦେଉଛି। ରେଳବାଇ ପକ୍ଷରୁ କୁହା ଯାଉଛି ଯେ ରାଜ୍ୟ ସରକାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ କରି ନାହାନ୍ତି ଏବଂ ଯେତିକି ଅଧିଗ୍ରହଣ ହୋଇଛି ତାହାର ଜଙ୍ଗଲ ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ କାର୍ଯ୍ୟ କରିବାରେ ବାଧା ଉପୁଜିଛି। କେନ୍ଦ୍ର ସରକାର ଏହି ରେଳପଥ ନିର୍ମାଣ ପାଇଁ ଦେଉଥିବା ଆର୍ଥୀକ ଅନୁଦାନ ଖର୍ଚ୍ଚ ନ ହୋଇ ପ୍ରତିବର୍ଷ ଫେରି ଯାଉଛି। ଏହି ରେଳପଥ ନିର୍ମାଣ କରିବାକୁ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ କରୁଥିବା ଜର୍ମାନ ଇଂଜିନିୟରମାନେ ମାତ୍ର ୧୦ କୋଟିରେ ଏହା ନିର୍ମାଣ କରିବାକୁ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅର୍ଥାଭାବର କାରଣ ଦର୍ଶାଇ ତାହା କରିବାକୁ ସରକାର ଅକ୍ଷମ ଥିଲା। ବର୍ତ୍ତମାନ ଏହି ରେଳପଥ ପଥ ନିର୍ମାଣ ପାଇଁ ଖର୍ଚ୍ଚ ଶହେ ଗୁଣ ବଢି ଯାଇଛି। ଅତୀତରେ ଏହି ରେଳପଥର ଗୁରୁତ୍ୱକୁ ଉପଲବ୍ଧô କରି ତତ୍କାଳୀନ ହିନ୍ଦୁସ୍ତାନ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଶ୍ରୀ କେ.ଟି.ଚଣ୍ଡି ଓ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ, ସେମାନଙ୍କ ପାଇଁ କିପରି ଏହି ରେଳପଥ ଉପେଯାଗୀ ଓ ଖର୍ଚ୍ଚକାଟ ପାଇଁ ଆବଶ୍ୟକ ତାହା ବର୍ଣ୍ଣନା କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏ ସବୁ ସତ୍ୱେ ଏହି ରେଳପଥର ବହୁ ପଛରେ ସ୍ୱୀକୃତି ପାଇଥିବା କାର୍ଯ୍ୟର ଦ୍ରୁତ ପ୍ରଗତି ହୋଇଥିବାରୁ, ରାଜ୍ୟ ସରକାର ଏହି ରେଳପଥକୁ ଗୁରୁତ୍ୱ ଦେଉ ନ ଥିବାରୁ ପ୍ରାୟ ସମସ୍ତେ ଅସନ୍ତୋଷ ପ୍ରକଟ କରିଥିଲେ। ଆଲୋଚନା ପର୍ଯ୍ୟାଲୋଚନା ପରେ ସ୍ଥିରକରା ଗଲା ଯେ ଜମି ଅଧିଗ୍ରହଣ ବାକିଥିବା ଜିଲ୍ଲା, ସୁନ୍ଦରଗଡ, ଦେବଗଡ, ଅନୁଗୋଳ ଓ ଢେଙ୍କାନାଳର ଜିଲ୍ଲାପାଳମାନଙ୍କୁ ଭେଟି ବିଳମ୍ବର କାରଣ ଜାଣିବା ପରେ, ସେ ସଂପର୍କରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଭେଟିବା ଓ ଏହାର ସମାଧାନର ବାଟ ବାହାର କରିବାର ବ୍ୟବସ୍ଥା କରାଯିବ। ଏହି ମର୍ମରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରାଯାଇ, ସଂପୃକ୍ତ ଅଞ୍ଚଳର ଜନପ୍ରତିନିଧିଙ୍କୁ ସାଙ୍ଗରେ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଗଲା। ଆସନ୍ତା ଅଗଷ୍ଟ ୨୦ ତାରିଖ ଦିନ ବସ୍ତିଆ ଭବନ ସେକ୍ଟର-୬ଠାରେ ସ୍ମୃତି ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି କରାଗଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଶଧର ନନ୍ଦ, ଅଜୀତ ନାୟକ, ନୟନ ଦାସ, ବିମାନ ମାଇତି, ମିହିର ରାୟ, ପ୍ରମୋଦ ସାମଲ, ଭବାନୀ କବି, ଜଗବନ୍ଧୁ ଜେନା, ଜଟାଧାରୀ ମାଝି, ବସନ୍ତ କୁମାର ଦାସ, ଇଂ ଗୌତମ ମିଶ୍ର, ବାଉରୀ ବନ୍ଧୁ ସାହୁ, ସୁରେନ୍ଦ୍ର ଦାସ, ଶ୍ରଦ୍ଧା ଷଡଙ୍ଗୀ, ଦୁଃଶାସନ ନାୟକ, ବାଞ୍ଛାନିଧି ସାହୁ, ପୀତାମ୍ବର ମଲ୍ଲିକ, ପ୍ରମୋଦ କୁମାର ପତି, ବସନ୍ତ ନାୟକ, ଅକ୍ଷୟ କୁମାର ଜେନା ପ୍ରମୁଖ ବହୁ ବ୍ୟକ୍ତି ଏଥିରେ ଯୋଗ ଦେଇ ଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top