ଅନୁଗୁଳ

ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ଅନୁଗୋଳକୁ ସ୍ଥାନାନ୍ତର ହେଉଥିବା ଅଭିଯୋଗ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଜେ.ଏସ୍.ଏସ୍ କାର୍ଯ୍ୟକର୍ତା

ତାଳଚେର, ୨୪/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଟାଉନ ଚମ୍ପାପଶି ନିକଟସ୍ଥ ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ତଥା କର ନିର୍ଦ୍ଧାରଣ ଶାଖାକୁ ଅନୁଗୋଳକୁ ସ୍ଥାନାନ୍ତର କରାଯାଉଥିବାର ଅଭିଯୋଗ କରି ଆଜି ଯୁବ ସମାଜସେବୀ ସଙ୍ଗଠନ ଉକ୍ତ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ଏହା ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦୀର୍ଘ ବର୍ଷ ଧରି ତାଳଚେରରେ ରହିଥିବା ଏହି ବାଣିଜ୍ୟକର କାର୍ଯ୍ୟାଳୟକୁ କେଉଁ ଉଦ୍ଦେଶ୍ୟରେ ଅନୁଗୋଳକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ସଙ୍ଗଠନ ପକ୍ଷରୁ ପ୍ରଶ୍ନ କରାଯିବାସହ ସ୍ଥାନାନ୍ତର ପ୍ରକ୍ରିୟାକୁ ବନ୍ଦ କରାଯିବା ନିମନ୍ତେ ଦାବି କରାଯାଇଥିଲା। ରାଜ୍ୟ ସରକାର ତାଳଚେର ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଏହି କାର୍ଯ୍ୟାଳୟକୁ ଅନୁଗୋଳକୁ ଉଠାଇ ନେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ସଙ୍ଗଠନର କାର୍ଯ୍ୟକର୍ତା ଅଭିଯୋଗ କରିବାସହ ଏପରି ହୀନମନ୍ୟତାକୁ ଆଦୈା ବରଦାସ୍ତ କରାଯିବନି ବୋଲି ସଙ୍ଗଠନର କାର୍ଯ୍ୟକର୍ତା ପ୍ରକାଶ କରିଥିଲେ। ପରେପରେ ଏମାନଙ୍କ ସହ ସ୍ୱର ମିଳାଇଥିଲା ତାଳଚେର ବଣିକ ସଂଘ। ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ଦୀର୍ଘ ସମୟଧରି ସମ୍ପୃକ୍ତ ଅଧିକାରୀଙ୍କୁ ଘେରାଉ କରିବାସହ ଶେଷରେ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ଜଣାଇଥିଲେ। ସଙ୍ଗଠନର ସଭାପତି ସ୍ୱାଧୀନ ଥମ୍ବ, ଉପଦେଷ୍ଟା ଯଯାତୀ ପଟ୍ଟନାୟକ, ଆଇନ ପରାମର୍ଶଦାତା ଦୟାସାଗର ମିଶ୍ର, ଯତୀନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଏହି ଧାରଣାରେ ସାମିଲ ହୋଇ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top