ତାଳଚେର ବସ ମାଲିକ ସଂଘ ପକ୍ଷରୁ କମ୍ବଳ ବିତରଣ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବସ ମାଲିକ ସଂଘ ପକ୍ଷରୁ ଦରିଦ୍ର ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ସଂଘ ତରଫରୁ ତାଳଚେର ବସଷ୍ଟାଣ୍ଡ ଠାରେ ଗତ ୮ତାରିଖରେ ତାଳଚେର ବସ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି, ସମାଜସେବୀ ବାପି ମହାନ୍ତି ଏବଂ ଅନ୍ୟ ସହୃଦୟ ବ୍ୟକ୍ତିଗଣ ଗରିବ ତଥା ଅସହାୟ ଲୋକଙ୍କୁ କମ୍ବଳ ବିତରଣ କରିଥିଲେ। ବର୍ତମାନ ତାଳଚେରରେ ଅନୁଭୂତ ହେଉଥିବା ପ୍ରବଳ ଶୀତ ଦାଉରୁ ଦରିଦ୍ର ତଥା ଅସହାୟ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ଏପରି ସଂଘର ଏପରି ଉଦ୍ୟମକୁ ଭୂୟସୀ ପ୍ରଂଶସା କରାଯାଇଛି।

Leave a Reply

Your email address will not be published. Required fields are marked *