ଅନୁଗୁଳ

ତାଳଚେର ପୌରପରିଷଦରେ ପାନୀୟଜଳ ବଂଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ତାଳଚେର, ୧୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୌରପରିଷଦ ପକ୍ଷରୁ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଦିନେ ପୌରାଂଚଳର ବିଭିନ୍ନ ୱାର୍ଡ଼ରେ ଏମ୍.ସି.ଏଲ ଦେଉଥିବା ଏକ କୋଟି ଟଙ୍କାରେ ଜଳ ବଂଟନ କରାଯିବା ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ କରାଯାଇଛି। ରାଷ୍ଟ୍ରାୟତ ଉଦ୍ୟୋଗର ଏହି ଏକ କୋଟି ଟଙ୍କା ତାଳଚେର ସହରବାସୀଙ୍କର କାମରେ ସଠିକ୍ ଭାବରେ ବିନିଯୋଗ ହେଉନାହିଁ ବୋଲି ବିଜେପି କାଉନ୍ସିଲରମାନେ ତାଳଚେର ପୈାର ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସଙ୍ଗେସଙ୍ଗେ ଏହାର ଏକାକିତ ନକଲ ଅନୁଗୋଳ ଜିଲାପାଳ, ତାଳଚେର ଉପ-ଜିଲ୍ଲାପାଳ, ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକ ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି। କାଉନସିଲରମାନଙ୍କ ଅଭିଯୋଗ ଅନୁଯାୟୀ, ବିଗତ ବର୍ଷରେ ତାଳଚେର ପୌରପରିଷଦ ଦ୍ୱାରା ପାନୀୟଜଳ ବଂଟନରେ ବ୍ୟାପକ ଦୁର୍ନିତି ହୋଇଥିଲା ବେଳେ ଚଳିତ ବର୍ଷ ମଧ୍ୟ ପାନୀୟ ଜଳ ଯୋଗାଣରେ ସେପରି ଦୁର୍ନୀତି ପରିଲକ୍ଷିତ ହେଉଛି। ପ୍ରକାଶ ଥାଉକି, ବିଭିନ୍ନ ୱାର୍ଡ଼ରେ ଜଳ ଯୋଗାଣ ନିମନ୍ତେ ଟେଣ୍ଡର ମୁତାବକ ଟ୍ୟାଙ୍କର ନ ଲଗାଇ ମିଥ୍ୟା ବିଲ୍ କରିବାର ଯୋଜନା ହୋଇଛି। ଏଥିସହିତ କିଛି ଗାଡି ଜଳ ଯୋଗାଣ ନିମନ୍ତେ ଯେତିକି ଟ୍ରିପ୍ ପାଣି ଯୋଗାଇଦେବା କଥା ସେତିକି ନଦେଇ କେବଳ କାଗଜପତ୍ରରେ ଅଧିକା ବଢ଼ାଇ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ କେଉଁ ୱାର୍ଡକୁ କେତେ ପାଣି ଓ କେଉଁ କେଉଁ ଗାଡିରେ ବଂଟନ କରାଯିବ ଏବଂ ସେହି ଗାଡିଗୁଡିକୁ ଯେଉଁ କର୍ମଚାରୀମାନେ ତଦାରଖ ଦାୟିତ୍ୱରେ ରହିବେ ସେହି ତାଲିକା କାଉନସିଲରମାନଙ୍କୁ ପ୍ରଦାନ କରାଯାଇନାହିଁ। ତେବେ କେଉଁ ଉଦ୍ଦେଶ୍ୟରେ ଏହି ତାଲିକା ସେମାନଙ୍କୁ ଦିଆଯାଇନାହିଁ ବୋଲି କାଉନସିଲରମାନେ ପ୍ରଶ୍ନ କରିଛନ୍ତି। ଏହାର ସଠିକ୍ ତଦାରଖ କରିବା ସଙ୍ଗେସଙ୍ଗେ ଦୁର୍ନୀତିକୁ ରୋକିବା ପାଇଁ ଜଳଯୋଗାଣ ସ୍ଥାନରେ ସି.ସି. କ୍ୟାମେରା ଲଗାଇବା ପାଇଁ କାଉନସିଲର ପ୍ରକାଶ ମହାରଣା, ଜୟନ୍ତ ଭୂତିଆ, ବାଲ୍ମିକୀ ପ୍ରସାଦ କେଶରୀ, ଜିତେନ୍ଦ୍ର ଦାସ୍, ଜ୍ଞାନେନ୍ଦ୍ରୀୟ ସେଠୀ, କବିତା ବେହେରା ପ୍ରମୁଖ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top