ତାଳଚେର ପୋଲିସ ଦ୍ୱାରା ୨ରୋଡ଼ ରୋମିଓ ଗିରଫ

ତାଳଚେର, ୨୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍କୁଲ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ନାନା ପ୍ରକାର ହଇରାଣ ହରକତ କରୁଥିବା ଅଭିଯୋଗରେ ତାଳଚେର ସଦର ପୋଲିସ ଆଜି ୨ଜଣ ରୋଡ଼ ରୋମିଓଙ୍କୁ ଗିରଫ କରିଛି। ଏହି ରୋଡ଼ ରୋମିଓ ଦ୍ୱୟ ହେଲେ ତାଳଚେର ଥାନା ନିକଟସ୍ଥ କାରିଗରପଡ଼ାର କୈଳାସ ସାହୁଙ୍କ ପୁଅ ସଂଗ୍ରାମ ସାହୁ ଓରଫ ତିହିଚୁ (୧୯) ଓ ଅରା ସାହିର କରୁଣାକର ଭୂତିଆଙ୍କ ପୁଅ ସାଗର ଭୂତିଆ ଓରଫ ବଳିଆ (୨୨)। ଅଭିଯୋଗ ଅନୁଯାୟୀ ଉଭୟ ବିବେକାନନ୍ଦ ବିଦ୍ୟାମନ୍ଦିରର ସ୍କୁଲ ଭ୍ୟାନକୁ ନିୟମିତ ଅଟକାଇ ଛାତ୍ରୀ ଏବଂ ଗାଡ଼ିଚାଳକକୁ ଭୟଭୀତ କରି ସେମାନଙ୍କର ଫଟୋ ଉଠାଉଥିଲେ। ଏନେଇ ବିଦ୍ୟାଳୟର ପ୍ରିନସିପାଲ ପ୍ରଶାନ୍ତ ଚନ୍ଦ୍ର ସିଂସାମନ୍ତ ଥାନାରେ ଅଭିଯୋଗ କରିଥିଲେ। ତାଳଚେର ପୋଲିସ ଏ ସମ୍ପର୍କରେ ଅଭିଯୋଗ ପାଇବାପରେ ଉଭୟ ରୋମିଓଙ୍କୁ ଧରି ତଦନ୍ତ କରିବାପରେ ୩୪୧/୨୯୪/୨୯୦/୫୦୬/୩୪ ଧାରାରେ ନଂ-୨୨୯/୨୦୧୮ରେ ଏକ କେଶ୍ ରୁଜୁ କରି କୋର୍ଟ ଚାଲାଣ କରିଥିଲା। ତେବେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *