ଅନୁଗୁଳ

ତାଳଚେର ପୁସ୍ତକ ମହୋତ୍ସବ ଉଦଯାପିତ

ତାଳଚେର,୧୮/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସ୍ଥାନୀୟ ସାଉଥ ବଲଣ୍ଡାସ୍ଥିତ ଶିବ ମନ୍ଦିର ପଡ଼ିଆଠାରେ ଚଳିତ ମାସ ୧୧ତାରିଖରୁ ଆରମ୍ଭ ହୋଇଥିବା ତାଳଚେର ପୁସ୍ତକ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ମହେଶ ସାହୁ,ସମ୍ମାନିତ ଅତିଥିଭାବେ ଏମ୍.ସି.ଏଲ ଲିଙ୍ଗରାଜ କ୍ଷେତ୍ରର ପର୍ସନାଲ ମ୍ୟାନେଜର ଗୈାରି ପ୍ରସାଦ ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ତାଳଚେର ପୁସ୍ତକ ମହୋତ୍ସବ କମିଟିର ସଭାପତି ବଳରାମ ପତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଧୀରମୋହନ ରାୟ ଅତିଥି ପରିଚୟ ଏବଂ ସ୍ୱାଗତ ବିବରଣୀ ପାଠ କରିଥିଲେ । ନିଜ ଅଭିଭାଷଣରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ସାଉଥ ବଲଣ୍ଡାରେ ପୁସ୍ତକ ମହୋତ୍ସବ ଆୟୋଜିତ ହେବାକୁ ନେଇ କମିଟିର କାର୍ଯ୍ୟକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ପୁସ୍ତକ ପଠନର ଉପାଦେୟତା ସମ୍ପର୍କରେ ସେ ନିଜର ମୂଲ୍ୟବାନ ବକ୍ତବ୍ୟ ଅବସରରେ ଏମ୍.ସି.ଏଲ ଏହି ମହୋତ୍ସବକୁ ପ୍ରାୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସି.ଏସ.ଆର ଯୋଜନାରେ ଏହି ପୁସ୍ତକ ମହୋତ୍ସବକୁ ଅନ୍ତର୍ଭୁକ୍ତ କରାଗଲେ ଅନୁଷ୍ଠାନର ଅଗ୍ରଗତିରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ମହାପାତ୍ର ନିଜ ବକ୍ତବ୍ୟରେ ପୁସ୍ତକର ଜ୍ଞାନ ଅପାର ବୋଲି ମତପୋଷଣ କରିଥିଲେ । କମ୍ପୁ୍ୟଟର ପରିବର୍ତେ ପିତାମାତା ନିଜର ସନ୍ତାନମାନଙ୍କୁ ପୁସ୍ତକ ପଠନରେ ଆଗ୍ରହ ସୃଷ୍ଟି କରାଇବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ପୁସ୍ତକ ମେଳା ସଂଖ୍ୟାରେ ବୃଦ୍ଧି ହୋଇପାରିଲେ ତାହା ଜନହିତକାରୀ ହୋଇଥାଏ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଅବସରରେ ୫୦ ଥର ରକ୍ତଦାନ କରି ରୋଗୀମାନଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଥିବା ତଥା ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ପ୍ରଭାକର ନୋଡ଼ାଲ ଉ.ପ୍ରା ସ୍କୁଲ,କଙ୍କିଳିର ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କୁ କମିଟି ତରଫରୁ ମାନପତ୍ର,ଉତରୀୟ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କୁଇଜ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର, ନଟରାଜ ଅନୁଷ୍ଠାନ,ଘୋଷକ ପିଟର,କଳାକାରବୃନ୍ଦ ଏବଂ ପୁସ୍ତକ କମିଟିର କାର୍ଯ୍ୟକର୍ତାଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା । ସନ୍ଧ୍ୟାବେଳର ପ୍ରଥମ କାର୍ଯ୍ୟକ୍ରମ ଭାବେ ଗଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହାକୁ ଚନ୍ଦ୍ର ବିଜୟୀ ମିଶ୍ର ସଂଚାଳନ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ନୃତ୍ୟ,ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ବିଷ୍ଣୁମୋହନ ରଥ,ଦାଶରଥି ସାହୁ,ଧୀରେନ୍ଦ୍ର ଦାସ,ମଦନ ମୋହନ ସାହୁ,ଉଚ୍ଛନ ପଟ୍ଟନାୟକ, ହେମନ୍ତ ଦେହୁରୀ,ସନାତନ କର,ଆଶୁତୋଷ ଦାସ,ଗୈାରବ ରାୟ ଏବଂ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଉଦଯାପନୀ ଉତ୍ସବରେ ସ୍ଥାନୀୟ ଗ୍ରାମାଂଚଳରୁ ବହୁ ଜନସାଧାରଣଙ୍କ ସମାଗମ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top