ଅନୁଗୁଳ

ତାଳଚେର ପୁସ୍ତକ ମହୋତ୍ସବର ପଂଚମ ସନ୍ଧ୍ୟା ମହିଳା ଶକ୍ତି ଓ ସଶକ୍ତିକରଣ ସମ୍ପର୍କରେ ଆଲୋଚନାଚକ୍ର

ତାଳଚେର,୧୫/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୁସ୍ତକ ମହୋତ୍ସବର ପଂଚମ ସନ୍ଧ୍ୟାରେ ‘ମହିଳା ଶକ୍ତି ଓ ସଶକ୍ତିକରଣ’ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥିଭାବେ ସମାଜସେବୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଦି ରୂପାୟନ’ର ସାଧାରଣ ସମ୍ପାଦିକା ଏବଂ ଓଡ଼ିଶା ମୂଖ୍ୟ ଶ୍ରଦ୍ଧାଞ୍ଜଳୀ ରାୟ,ମୂଖ୍ୟ ବକ୍ତାଭାବେ ଆୟୁର୍ବେଦିକ ଡାକ୍ତର ତଥା ନାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା ଦେବାରେ କାର୍ଯ୍ୟ କରୁଥିବା ଡଃ.ସିପ୍ରା ହୀରା,ସ୍ୱତନ୍ତ୍ର ବକ୍ତାଭାବେ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୂଖ୍ୟ ଡଃ କଳ୍ପନା ବୋଇତି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କମିଟି ପକ୍ଷରୁ ସମସ୍ତ ଅତିଥିଗଣଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କମିଟିର ସାଧାରଣ ସମ୍ପାଦକ ଧୀରମୋହନ ରାୟ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ମୂଖ୍ୟ ଅତିଥି ଶ୍ରୀମତୀ ରାୟ ନାରୀମାନେ ଜନ୍ମରୁ ସଶକ୍ତ ବୋଲି ପ୍ରକାଶ କରିବାସହ ନାରୀ ଏବଂ ପୁରୁଷ ଗୋଟିଏ ମୁଦ୍ରାର ୨ଟି ପାଶ୍ୱର୍ ତଥା ଉଭୟ ପରସ୍ପରର ପରିପୂରକ ବୋଲି କହିଥିଲେ । କିନ୍ତୁ ବର୍ତମାନ ପରିସ୍ଥିତିରେ ନାରୀମାନଙ୍କ ପ୍ରତି ନିର୍ଯ୍ୟାତନା ଓ ଶୋଷଣ ବୃଦ୍ଧି ପାଇଛି । ଏଥିପାଇଁ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ହିଁ ଦାୟୀ । ସମାଜରେ ସମସ୍ତେ ଯୈାଥ ପରିବାର ପରିବର୍ତେ ଏକକ ପରିବାରରେ ବାସ କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଥିଲେ । ନାରୀମାନେ ସ୍ୱଂୟ ଏଥିପ୍ରତି ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ । ଇତିହାସ ଏବଂ ପୁରାଣରେ ଲିଖିତରେ ମହିୟସୀ ମହିଳାଙ୍କର ଆଦର୍ଶ ଗାଥା ଆଜିର ନାରୀମାନଙ୍କର ଆଦର୍ଶ ହେବା ଉଚିତ । ନାରୀ ଯଦି ନାରାୟଣୀ ଭାବେ ନିଜକୁ ପ୍ରତିପାଦନ କରିବ ତେବେ ଏକ ସୁସ୍ଥ ସମାଜ ଗଠିତ ହୋଇପାରିବ ବୋଲି ଶ୍ରୀମତୀ ରାୟ ମତପ୍ରକାଶ କରିଥିଲେ । ମୂଖ୍ୟ ବକ୍ତାଭାବେ ଡ.ସିପ୍ରା ହୀରା ନିଜର ମୂଲ୍ୟବାନ ବକ୍ତବ୍ୟରେ ନାରୀକୁ ସକଳ ଶକ୍ତିର ପ୍ରତୀକ ଭାବେ ବର୍ଣ୍ଣନା କରିବାସହ ସେମାନଙ୍କର ବହୁମୂଖୀ କାର୍ଯ୍ୟଧାରା ଉପରେ ସାରଗର୍ଭକ ତଥ୍ୟ ପ୍ରଦାନ କରିଥିଲେ । ସର୍ବଦା କର୍ମଜଞ୍ଜାଳରେ ବ୍ୟସ୍ତ ରହି ନାରୀମାନେ ପରିବାରର ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଥାନ୍ତି । ସୁର୍ଯେ୍ୟାଦୟ ପୂର୍ବରୁ ରାତ୍ରୀ ପର୍ଯ୍ୟନ୍ତ ସେ ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିଥାନ୍ତି କିନ୍ତୁ ନିଜ ପ୍ରତି ସଠିକ୍ ଧ୍ୟାନ ଦେଇ ପାରିନଥାନ୍ତି । ନାରୀଙ୍କର ପ୍ରଦତ ସେବା ହେଉଛି ଅତୀବ ମୂଲ୍ୟବାନ ଏବଂ ତାହାକୁ ଅର୍ଥ ବିନିମୟରେ କିଣି ହେବନାହିଁ ବୋଲି ସେ କହିଥିଲେ । ସମାଜର ପ୍ରତିଟି କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଛି । ଏଣୁ ପୁରଷମାନେ ସେମାନଙ୍କର ଉନ୍ନତି,ସ୍ୱାଧୀନତା ପାଇଁ ଧ୍ୟାନ ଦେବା ଆବଶ୍ୟକ ବୋଲି ଡ.ହୀରା ମତପ୍ରକାଶ କରିଥିଲେ । ସ୍ୱତନ୍ତ୍ର ବକ୍ତା ଶ୍ରୀମତୀ ଡଃ ବୋଇତି ନିଜ ଅଭିଭାଷଣରେ ବୈଦିକ ଯୁଗରେ ନାରୀମାନେ ବହୁ ସମ୍ମାନ ଏବଂ ମର୍ଯ୍ୟଦାର ଅଧିକାରିଣୀ ଥିଲେ । ସେମାନଙ୍କୁ ଉତମ ଅଧିକାର ଏବଂ ସମାନତା ମିଳୁଥିଲା । କିନ୍ତୁ ମଧ୍ୟଯୁଗୀୟରେ ସେସବୁ ସଙ୍କୁଚିତ ହୋଇଥିଲା । ବି୍ରଟିଶ ଶାସନରେ ନାରୀଙ୍କୁ ସମସ୍ତ ଅଧିକାର ପାଇଁ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ବର୍ତମାନ ନାରୀ ମଧ୍ୟ ବହୁ କ୍ଷେତ୍ରରେ ନିଜର କୃତୀତ୍ୱ ପ୍ରଦର୍ଶନ ହୋଇଛନ୍ତି । ସମାଜର ଉନ୍ନତି କ୍ଷେତ୍ରରେ ନାରୀଙ୍କ ଭୂମିକା ଅତୁଳନୀୟ ଥିଲେ ମଧ୍ୟ ବର୍ତମାନ ନାରୀର ସ୍ଥିତିରେ ସାମୟିକ ଅବକ୍ଷୟ ଦେଖାଦେଇଛି । ସେମାନଙ୍କୁ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ସମାନତା ଦିଆଗଲେ ସେମାନଙ୍କ ବିକାଶ ହୋଇପାରିବ ବୋଲି ସେ କହିଥିଲେ । ଆଇନଜୀବୀ ତଥା ତାଳଚେର ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦିକା ଏବଂ ତାଳଚେର ପବ୍ଲିକ ସ୍କୁଲର ଉପଦେଷ୍ଟା ରୀସ୍ନାମଞ୍ଜରୀ ସାହୁ ମଂଚ ପରିଚାଳନା କରିବାସହ ନାରୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ବଳରାମ ପତି,ଦାଶରଥି ସାହୁ, ସୈାଭାଗ୍ୟ ଚନ୍ଦ୍ର ନାୟକ,ମଦନ ମୋହନ ସାହୁ ଏବଂ ଅନ୍ୟମାନେ ସକି୍ରୟ ସହଯୋଗ କରିଥିଲେ । ସେହିପରି ୫ମ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତଭରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ଉଚ୍ଛନ ପଟ୍ଟନାୟକ ଏବଂ ପିଟର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିପୁଳ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top