ତାଳଚେର ପୁସ୍ତକ ମହୋତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା

ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୁସ୍ତକ ମହୋତ୍ସବର ୨ୟ ସନ୍ଧ୍ୟାରେ “ଜନଜୀବନରେ ଶ୍ରୀଜଗନ୍ନାଥ ମହାପ୍ରଭୁ” ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନାଚକ୍ରରେ ମୂଖ୍ୟ ଅତିଥିଭାବେ ପ୍ରବଚକ,ସଙ୍ଗଠନ ସଚିବ,ଗୋବର୍ଦ୍ଧନ ପୀଠ, ପୂରୀ ଏବଂ ଦ୍ୱିଭାଷିକ ଅଧ୍ୟାତ୍ମିକ ପତି୍ରକା ‘ଆମ ପ୍ରଣାମ’ର ସମ୍ପାଦକ ଶୁଭେନ୍ଦୁ କୁମାର ସ୍ୱାଇଁ,ସମ୍ମାନିତ ଅତିଥିଭାବେ ଦୈନିକ ଖବରକାଗଜ ‘କାଳାନ୍ତର’ର ସମ୍ପାଦକ ଓ ଚାରଣଗୋଷ୍ଠୀ,ପୂରୀର ମିଡ଼ିଆ ପ୍ରଭାରୀ ସୈାମ୍ୟକାନ୍ତ ସାମନ୍ତରାୟ,ଲେଖକ ତଥା ଓଡ଼ିଶା ହାଇକୋର୍ଟର ଆଇନଜୀବୀ ତଥା ଆଇନ ପରାମର୍ଶ ଦାତା,ଚାରଣ ଗୋଷ୍ଠୀ,ପୂରୀର ବାମଦେବ ବରାଳ, ଆଦିତ୍ୟ ବାହିନୀ,ଗୋବର୍ଦ୍ଧନ ପୀଠ,ପୂରୀରକ୍ଷେତ୍ରୀୟ ସମ୍ପାଦକ ଡ.ଲିଙ୍ଗରାଜ ପତି ପ୍ରମୁଖ ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଆଲୋଚନା କରିଥିଲେ। ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ସେ ସର୍ବପରିବ୍ୟାପ୍ତ ଏବଂ ତାଙ୍କୁ ଅନନ୍ତର ସହିତ ଡାକିଲେ ସେ ନିଶ୍ଚୟ ଡାକ ଶୁଣନ୍ତି ବୋଲି ବକ୍ତା ଗଣ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁସ୍ତକ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଧୀରମୋହନ ରାୟ ସଂଯୋଜନା କରିଥିଲେ । ଶେଷରେ କମିଟିର କାର୍ଯ୍ୟକାରୀ ସଦସ୍ୟ ତଥା ଆଇନଜୀବୀ ଉଚ୍ଛନ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମ ପୂର୍ବରୁ କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ୱାରା ଆକର୍ଷଣୀୟ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ କଳିଙ୍ଗ କ୍ଷେତ୍ରର କର୍ମଚାରୀ ଦେବାନନ୍ଦ ପାଟୁଲିଆ ସଙ୍ଗୀତ ଏବଂ ପ୍ରଭାକର ନୋଡ଼ାଲ ଉ.ପ୍ରା ବିଦ୍ୟାଳୟ,କଙ୍କିଳିର ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତାଳଚେର କଲେଜର ଇତିହାସ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଡ.ଉପେନ୍ଦ୍ର ପରିଡ଼ା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କମିଟିର ସଭାପତି ବଳରାମ ପତି,ସଦସ୍ୟ ସୈାଭାଗ୍ୟ ଚନ୍ଦ୍ର ନାୟକ,ମଦନ ମୋହନ ସାହୁ,ଦାଶରଥି ସାହୁ,ଧୀରେନ୍ଦ୍ର ଦାସ ଏବଂ ଅନ୍ୟମାନେ ସକି୍ରୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *