ତାଳଚେର ନଗରର କଂଗ୍ରେସ ଓ ବିଜେଡି ନେତା ବିଜେପିରେ ସାମିଲ

ତାଳଚେର,୨୦/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥତିରେ ତାଳଚେର ପୌରାଂଚଳର କଂଗ୍ରେସ ଓ ବିଜେଡିର ପୂର୍ବତନ କାଉନସିଲର ଓ ପୁରୁଖା ନେତାମାନେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଶାସନ ଏବଂ ପ୍ରଗତିର ସାଥି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ତାଳଚେର ପୌରମଣ୍ଡଳ ସଭାପତି ଯଶୋବନ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସର ନଗର ସଭାପତି ତଥା କାଉନସିଲର ଜୟନ୍ତ ଭୂତିଆ, ପୂର୍ବତନ କାଉନସିଲର ସେବତୀ ସାହୁ, ଗାୟତ୍ରୀ ଭୂତିଆ, ଅନିତା ମହାପାତ୍ର, ପ୍ରକାଶ ସାହୁ, ଟୁକୁ ବେହେରା, ବସନ୍ତ ବେହେରାଙ୍କ ସହିତ ଆଇନ୍ଜିବୀ ନାଗାର୍ଜ୍ଜୁନ ବିଦ୍ୟୁତ୍ କୁମାର ମିଶ୍ର, ହିମାଂଶୁ ପ୍ରଧାନ, ଯୁଗଳ କିଶୋର ରାଏ, ରବି ନାରାୟଣ ପ୍ରଧାନ, ଭରତ ନାଏକ, ପ୍ରିୟଦର୍ଶୀ ରିଶିକେଶ ସାହୁ, ଅଶୋକ ମହାପାତ୍ର, ଦିଲ୍ଲୀପ୍ ମାଝି, ବିରେନ୍ଦ୍ର ଖଣ୍ଡୁଆଳ ଭୁବନେଶ୍ୱର କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଯଯାତି ପଟ୍ଟନାୟକ, ପ୍ରକାଶ ମହାରଣା, ବାଲ୍ଲିକୀ ପ୍ରସାଦ କେଶରୀ, ଜିତେନ୍ଦ୍ର ଦାସ, ଜ୍ଞାନେନ୍ଦ୍ରୀୟ ସେଠି, ଦୀପକ ଥମ୍ବ, କାଳନ୍ଦୀ ପ୍ରଧାନ, ଦୟା ସାଗର ମିଶ୍ର, ଅକ୍ଷୟ ବିଶ୍ୱାଳ, ଅମୂଲ୍ୟ ପ୍ରଧାନ, ଅକ୍ଷୟ ଦାସ୍, କ୍ଷେତ୍ରବାସୀ ନାଏକ, ପିତାମ୍ବର ଦାସ, ରମେଶ ସାହୁ, ବସନ୍ତ ଥମ୍ବ, ପ୍ରଭାତ ପଟ୍ଟନାୟକ, ଦିପ୍ତୀପ୍ରଭା ମହାରଣା, ମୃଣାଳିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *