ତାଳଚେର ଥର୍ମାଲ ପକ୍ଷରୁ ସେବାନିବୃତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ତାଳଚେର, ୧/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ଥର୍ମାଲ ପ୍ରକଳ୍ପରୁ ଗତ ଜାନୁଆରୀ ମାସରେ ସେବାନିବୃତ ହୋଇଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ସ୍ପେକ୍ଟ୍ରମ କ୍ଲବର ଅଡ଼ିଟୋରିୟମଠାରେ ବୁଧବାର ଦିନ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଅବସର ଗ୍ରହଣ କରିଥିବା କର୍ମଚାରୀ ଧନେଶ୍ୱର ଗଡ଼ନାୟକ, ରାଧାକୃଷ୍ଣ ବେହେରା, ତ୍ରିନାଥ ରଥ, ବିଜୟ କୁମାର ସ୍ୱାଇଁ, ଦୂର୍ଯେ୍ୟାଧନ ବିଶ୍ୱାଳ, ଗିରିଶ୍ୱର ଦାସ, ନିରଞ୍ଜନ ବେହେରା, ଶରତ କୁମାର ତ୍ରିପାଠୀ, ଗୈାରାଙ୍ଗ ପରିଡ଼ା ଏବଂ ସାବିତ୍ରୀ ନନ୍ଦ ଆଦିଙ୍କୁ ସମ୍ବର୍ଦ୍ଧନା ଏବଂ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ତାଳଚେର ଥର୍ମାଲର ମହାପ୍ରବନ୍ଧକ ମିଥିଲେଶ କୁମାର ସିଂ ଏଥିରେ ଯୋଗ ଦେଇ ସେବାନିବୃତ କର୍ମଚାରୀଙ୍କର କର୍ମମୟ ଜୀବନର ଭୂୟସୀ ପ୍ରଶଂସା କରିବାସହ ସେମାନଙ୍କର ଅବସରମୟ ଜୀବନ ସୁଖ ଓ ସମୃଦ୍ଧି ଭରା ହେଉ ବୋଲି ଶୁଭକାମନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରକଳ୍ପର ଏଜିଏମ୍ (ଅପରେସନ)କେ.ଦାସ, ଏଜିଏମ୍(ପିପି)ଏ.ଆର.ଦାସ ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନର କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *