ଅନୁଗୁଳ

ତାଳଚେର ଥର୍ମାଲ ପକ୍ଷରୁ ବହୁଭାଷୀ କବି ସମ୍ମିଳନୀ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ଥର୍ମାଲ ଠାରେ ଗତ ୧୦ତାରିଖରେ ବହୁଭାଷୀ କାବ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଗତ ୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତାଳଚେର ଥର୍ମାଲ ତରଫରୁ ଏପରି ବହୁଭାଷୀ କାବ୍ୟ ସମ୍ମିଳନୀର ଆୟୋଜନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ହିନ୍ଦୀ, ଓଡ଼ିଆ, ଇଂରାଜୀ ଆଦି ଭାଷାରେ ସ୍ଥାନୀୟ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି ସମ୍ମିଳନୀରେ ଏନ୍.ଟି.ପି.ସି, ସି.ଆଇ.ଏସ.ଏଫ୍, ଡିଏଭି ସ୍କୁଲ ଏବଂ ସ୍ଥାନୀୟ ଅଂଚଳର କବି ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ଅବସରରେ ତାଳଚେର ଥର୍ମାଲ ପକ୍ଷରୁ ପ୍ରକାଶ ପାଉଥିବା ତୈମାସିକ ହିନ୍ଦୀ ଇ.ପତ୍ରିକା ‘ଉତ୍କଳ ଜ୍ୟୋତି’ର ଉନ୍ମୋଚନ କରା ଯାଇଥିଲା। ଏଥିରେ ତାଳଚେର ଥର୍ମାଲର ମହାପ୍ରବନ୍ଧକ ମିଥିଲେଶ କୁମାର ସିଂ, ଉପ ମହାପ୍ରବନ୍ଧକ(ଓ ଆଣ୍ଡ ଏମ୍)ଏସ୍.କେ.ସାମଲ, ଉପ ମହା ପ୍ରବନ୍ଧକ (ମାନବ ସମ୍ବଳ)ଟି.କେ.ସିଟ୍ ଙ୍କ ସମେତ ବହୁ ସଂଖ୍ୟାରେ ଶ୍ରୋତା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top