ad
ଅନୁଗୁଳ

ତାଳଚେର ଥର୍ମାଲ ଟେବୁଲ ଟେନିସ୍ ରେ ଚାମ୍ପିୟନ ଏବଂ ବ୍ୟାଡ଼ମିଂଟନରେ ରନର୍ସ ଅପ୍

ତାଳଚେର, ୧୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ଜୁନ୍ ମାସ ୭ ଏବଂ ୮ ତାରିଖରେ ଏନ୍.ଟି.ପି.ସି କଣିହାଁରେ ଆୟୋଜିତ ଆନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୧୮ରେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ଅଂଶଗ୍ରହଣ କରି ଟେବୁଲ ଟେନିସ୍ ରେ ଚାମ୍ପିୟନ ଏବଂ ବ୍ୟାଡ଼ମିଂଟନ ଟିମ୍ ଇଭେଂଟରେ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଛି। ଏନ୍.ଟି.ପି.ସି ଲିଃର ପୂର୍ବାଂଚଳ-୨ର ପାୱାର ଷ୍ଟେସନଗୁଡ଼ିକ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ବଙ୍ଗାଇଗାଓଁ, ଦର୍ଲିପାର୍ଲି, ତାଳଚେର ଥର୍ମାଲ ଏବଂ ଏନ୍.ଟି.ପି.ସି କଣିହାଁ ଆଦି ୪ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉପରୋକ୍ତ ଷ୍ଟେସନଗୁଡ଼ିକ ତରଫରୁ ଶ୍ରେଷ୍ଠ ଖେଳାଳୀମାନେ ଟେବୁଲ ଟେନିସ୍, ବ୍ୟାଡ଼ମିଂଟନ ଏବଂ କ୍ୟାରମ୍ ରେ ଖେଳରେ ଭାଗ ନେଇଥିଲେ। ସମସ୍ତ ମ୍ୟାଚ୍ ଲିଗ୍ ସ୍ତରରେ ଏବଂ ସମ୍ପୂର୍ଣ୍ଣ ପ୍ରଦର୍ଶନ ଭିତିରେ ଖେଳାଯାଇଥିଲା। ଏନ୍.ଟି.ପି.ସି ତାଳଚେର ଥର୍ମାଲ ଟେବୁଲ ଟେନିସ୍ ରେ ଚାମ୍ପିୟନ ଏବଂ ବ୍ୟାଡ଼ମିଂଟନ୍ ରେ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଥିଲା। ତାଳଚେର ଥର୍ମାଲ ପକ୍ଷରୁ ଟେବୁଲ୍ ଟେନିସ୍ ରେ ସୁଧାଂଶୁ ମୋହନ ପାଢ଼ୀ, ଟି.ଏନ୍.ବାସ୍କି, ଦେବଜିତ ମହାନ୍ତି ଏବଂ କେ.ରଥ ଭାଗ ନେଇଥିବାବେଳେ ବ୍ୟାଡ଼ମିଂଟନରେ ସୀମାଂଚଳ ନାୟକ, ଭି.ପ୍ରକାଶ, ଅସିତ ମିଶ୍ର, ଭାନୁ ପ୍ରତାପ ଭି ପ୍ରତିନିଧିତ୍ୱ କରିଥିଲେ। ସେହିପରି ଉକ୍ତ ପ୍ରତିଯୋଗିତା ପାଇଁ ସମ୍ବିତ ସାମଲ ଟିମ୍ ମ୍ୟାନେଜର ଭାବେ ସାମିଲ ହୋଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top