ଅନୁଗୁଳ

ତାଳଚେର ଥର୍ମାଲରେ ୭୨ତମ ସ୍ୱାଧୀନତା ଦିବସ ପାଳିତ

ତାଳଚେର,୧୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଥର୍ମାଲ ପାୱାର ଷ୍ଟେସନଠାରେ ୭୨ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦିପନାର ସହ ପାଳିତ ହୋଇଯାଇଛି । ତାଳଚେର ଥର୍ମାଲ ମହା ପ୍ରବନ୍ଧକ ମିଥିଲେଶ କୁମାର ସିଂ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ତ୍ରିରଙ୍ଗା ଉତୋଳନ କରିବାସହ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ପ୍ରକଳ୍ପର କର୍ମଚାରୀଙ୍କୁ ନିଜ ଅଭିଭାଷଣରେ ସମସ୍ତଙ୍କୁ ଉକ୍ତ ଦିବସର ଶୁଭେଚ୍ଛା ଜଣାଇବାସହ ପ୍ରକଳ୍ପକୁ ସଫଳତାର ଶୀର୍ଷରେ ପହଂଚାଇ ଥିବାରୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ମଧ୍ୟ ଏପରି ସଫଳତା ବଜାୟ ରଖିବାକୁ ସେ କର୍ମଚାରୀଙ୍କୁ ଆହ୍ୱାନ କରିଥିଲେ । ଏନ୍.ଟି.ପି.ସି /ଟି.ଟି.ପି.ଏସ୍ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଅଂଚଳର ବିକାଶ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । ଏନ୍.ଟି.ପି.ସି ଏହାର ଆରମ୍ଭ କାଳରୁ ଦେଶ ଗଠନରେ ନିଜକୁ ସମର୍ପିତ କରି ଆସିଛି ବୋଲି ଶ୍ରୀଯୁକ୍ତ ସିଂହ ମତପ୍ରକାଶ କରିଥିଲେ । ଏହି ଅବସରରେ ଆଖପାଖ ଅଂଚଳର ଭିନ୍ନକ୍ଷମମାନଙ୍କୁ ଟ୍ରାଇ ସାଇକେଲ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉକ୍ରର୍ଷ ମେଧାବୃତି ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ତାଳଚେର ଥର୍ମାଲର ସହଯୋଗୀ ମହିଳା ଅନୁଷ୍ଠାନ ସାଗରିକା ଲେଡ଼ିଜ କ୍ଲବ ତରଫରୁ ସ୍ଥାନୀୟ ସ୍କୁଲର ଛାତ୍ରୀମାନଙ୍କୁ ସାଇକେଲ ଏବଂ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । ଯୋଗ୍ୟତା ସମ୍ପନ୍ନ କର୍ମଚାରୀଙ୍କୁ ଜିଏମ୍ ଶ୍ରୀଯୁକ୍ତ ସିଂହ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଗରିକା ଲେଡ଼ିଜ୍ କ୍ଲବର ସଭାନେତ୍ରୀ ରେନୁ ସିଂହ,ଜିଏମ୍ (ଅପରେସନ)କରୁଣାକର ଦାସ,ଜିଏମ୍ (ବିଏମଡି)ବି.ସି.ପଲେଇ,ଜିଏମ୍(ରୋଟାରି ମେସିନ୍)ପି.ରାମ.ପ୍ରସାଦ,ଏଜିଏମ୍(ଏଚ୍ ଆର)ଆଲଏସ୍ ଟପ୍ନୋ, ଡିସି(ସି.ଆଇ.ଏସ.ଏଫ)ପଙ୍କଜ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top