ତାଳଚେର ଥର୍ମାଲରେ ସ୍ୱଚ୍ଛତା ପକ୍ଷ ଅବସରରେ ଶପଥ ପାଠ

ତାଳଚେର, ୨୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ଦ୍ୱାରା ପରିଚାଳିତ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର(ଏନ୍.ଟି.ପି.ସି) ତରଫରୁ ସ୍ୱଚ୍ଛତା ପକ୍ଷ ଚଳିତ ମଇ ମାସ ୧୬ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଟି.ଟି.ପି.ଏସ୍ ମହାପ୍ରବନ୍ଧକ ମିଥିଲେଶ କୁମାର ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରକଳ୍ପର କର୍ମଚାରୀମାନଙ୍କୁ ସ୍ୱଚ୍ଛତା ସମ୍ପର୍କିତ ଶପଥ ପାଠ କରାଇଥିଲେ। ନିଜ ସମ୍ବୋଧନରେ ଶ୍ରୀଯୁକ୍ତ ସିଂହ ଉପସ୍ଥିତ କର୍ମଚାରୀ ଏବଂ ଅଂଶୀଦାରମାନଙ୍କୁ ଅଫିସ ପରିସର, ଘର ଏବଂ ଆଖପାଖ ଅଂଚଳକୁ ସଫାସୁତୁରା ରଖିବାକୁ କିଛି ସମୟ ଏବଂ ଶ୍ରମଦାନ କରିବାକୁ ଆହ୍ୱାନ ଦେଇଥିଲେ। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ସମସ୍ତେ ନିଜର ଅଭ୍ୟାସ ଏବଂ ପରମ୍ପରାରେ ପରିଣତ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେବାସହ ଏହାଦ୍ୱାରା ଆମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିପାରିବା ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ବିଭିନ୍ନ ବରିଷ୍ଠ ପଦାଧିକାରୀ ଏବଂ କର୍ମଚାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *