ତାଳଚେର ଥର୍ମାଲରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ତାଳଚେର, ୨୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଏନ୍.ଟି.ପି.ସି ତାଳଚେର ଥର୍ମାଲ ପାୱାର ଷ୍ଟେସନଠାରେ ୪ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ଗତ ୨୧ ତାରିଖରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ତାଳଚେର ଥର୍ମାଲ ପ୍ରକଳ୍ପ ମହାପ୍ରବନ୍ଧକ ମିଥିଲେଶ କୁମାର ସିଂହ ଏହି ଯୋଗ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ବିଭିନ୍ନ ବିଭାଗୀୟ ମୁଖ୍ୟ, ଡେପୁଟି କମାଣ୍ଡାଂଟ (ସି.ଆଇ.ଏସ୍.ଏଫ୍), ତାଳଚେର ଥର୍ମାଲ ଡିଏଭି ସ୍କୁଲର ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ। ଯୋଗର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ନିମନ୍ତେ ଏହି କାର୍ଯ୍ୟକ୍ରମରେ ୨ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇଥିଲେ। ସମସ୍ତ ପ୍ରତିଭାଗୀ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ସ୍ୱାସ୍ଥ୍ୟକୁ ଉତମ ରଖିବା ନିମନ୍ତେ ଯୋଗାଭ୍ୟାସ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ଶ୍ରୀ ସିଂହ ବର୍ତମାନ ଶୈଳ୍ପିକ ଜଗତରେ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବାକୁ ଯୋଗର ଅତି ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପର ଏଜିଏମ୍ (ଏଚ ଆର) ଆଲୋଇସ ଟପ୍ନୋ, ଏଜିଏମ୍ (ଓ ଆଣ୍ଡ ଏମ୍) ଏସ୍.କେ.ସାମଲ, ଏଜିଏମ୍ (ଅପରେସନସ୍ ଆଣ୍ଡ ସିଏଚ୍ପି) କେ.କେ.ଦାସ, ତାଳଚେର ଥର୍ମାଲ ଶାଖା, ସିଆଇଏସଏଫ୍ ର ଡେପୁଟି କମାଣ୍ଡାଂଟ ପଙ୍କଜ କୁମାର ଯାଦବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *