ତାଳଚେର ଥର୍ମାଲକୁ କଳିଙ୍ଗ ସିଏସ୍ଆର ଆୱାର୍ଡ଼ -୨୦୧୭

ତାଳଚେର, ୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଏଂଟରପ୍ରାଇଜେସ ସହଯୋଗରେ ଇନଷ୍ଟିଚ୍ୟୁଟ ଅଫ୍ କ୍ୱାଲିଟି ଆଣ୍ଡ ଏନଭାଇରନମେଂଟ ମ୍ୟାନେଜମେଂଟ ସର୍ଭିସେସ୍, ଭୁବନେଶ୍ୱର ଦ୍ୱାରା ଚଳିତ ମାସ ୯ତାରିଖରେ ଆୟୋଜିତ କଳିଙ୍ଗ ସିଏସଆର-୨୦୧୭ ରେ ଏନ୍.ଟି.ପି.ସି ତାଳଚେର ଥର୍ମାଲ ପାୱାର ଷ୍ଟେସନ ଭାଗ ନେଇ ପୁରସ୍କୃତ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ନିରନ୍ତନ ବିକାଶ କରିଥିବାରୁ ଏନ୍.ଟି.ପି.ସି ତାଳଚେର ଥର୍ମାଲକୁ କଳିଙ୍ଗ ସିଏସଆର ଆୱାର୍ଡ଼ -୨୦୧୭ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି। ଏନ୍.ଟି.ପି.ସି ଇଷ୍ଟଣ୍ଡ ରିଜିୟନ-୨, ଭୁବନେଶ୍ୱରର ମହାପ୍ରବନ୍ଧକ(ଏଚ୍ ଆର)ଏସ୍.ଜୋସେଫ୍ ଏବଂ ଏନ୍.ଟି.ପି.ସି/ ଟି.ଟି.ପି.ଏସ୍.ର ଏଜିଏମ୍ (ଟି ଏସ)ଆଶୁତୋଷ ସତପଥୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ଖଣି, ଇସ୍ପାତ ଏବଂ ଶ୍ରମ ମନ୍ତ୍ରୀ ମାନ୍ୟବର ପ୍ରଫୁଲ୍ଲ ମଲ୍ଲିକଙ୍କ ଠାରୁ ଏହି ମର୍ଯ୍ୟଦାଜନକ ପୁରସ୍କାର ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *