ତାଳଚେର ତହସିଲରେ ଅନ୍ ଲାଇନ୍ ଖାରଜ ଦାଖଲ ପ୍ରକ୍ରିୟାର ଶୁଭାରମ୍ଭ

ତାଳଚେର, ୧୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡ଼ିଶା ସରକାରଙ୍କ ସୈାଜନ୍ୟରେ ତଥା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ସହଯୋଗରେ ତାଳଚେର ତହସିଲରେ ରାଜ୍ୟ ସରକାରଙ୍କର ଥ୍ରୀ ଟି ସିଷ୍ଟମର କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଅନ୍ ଲାଇନ୍ ଖାରଜ ଦାଖଲ(ମ୍ୟୁଟେସନ ଦାଖଲ) ପ୍ରକ୍ରିୟା ଗୁରୁବାର ମଧ୍ୟାହ୍ନ ୧୨.୩୦ମିନିଟ୍ ରେ ଶୁଭାରମ୍ଭ କରାଯାଇଛି। ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ବୈଷୟିକ ନିର୍ଦେଶକ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀ ସୁବ୍ରତ କୁମାର ଚାଟାର୍ଜୀ ଏବଂ ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ ଆନୁଷ୍ଠାନିକ ଭାବେ ଏହି ଅନ୍ ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଦ୍ୱାରା ଏବେ ଜନସାଧାରଣ ସିଧାସଳଖ ଅନ୍ ଲାଇନ୍ ମାଧ୍ୟମରେ ଜମିଜମାର ପଟ୍ଟା ପାଇବା ନିମନ୍ତେ ଆବେଦନ କରିପାରିବେ ତତ୍ ସହିତ ଧାର୍ଯ୍ୟ ସମୟସୀମା ମଧ୍ୟରେ ଅନ୍ ଲାଇନ୍ ଖାରଜ ଦାଖଲ କରିପାରିବେ। ଏବେ ଜମିଜମା ସମ୍ବନ୍ଧୀୟ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ ବୋଲି ତହସିଲଦାର ଶ୍ରୀ ପ୍ରଧାନ ଓ ଶ୍ରୀ ଚାଟାର୍ଜୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଦେବଦତ ସାହୁ, ଅତିରିକ୍ତ ତହସିଲଦାର ରତନ କୁମାର ଆଚାର୍ଯ୍ୟ, ଓ.ଏ.ଏସ୍.(ପ୍ରୋବେସନ)ଶ୍ୱେତା ସ୍ନିଗ୍ଧା, ଏଲିଜା ମିଶ୍ର, ସହକାରୀ ଜିଲ୍ଲାପାଳ ରଶ୍ମିତା ନାଥ, ଗୈାରୀ ନାଏକ, ସୁବାସ ଚନ୍ଦ୍ର ପ୍ରଧାନ, ତହସିଲ କର୍ମଚାରୀ ମନୋଜ କୁମାର ବିଶ୍ୱାଳ, ଶ୍ରୀକାନ୍ତ ସାହୁ, ଅନିଲ କୁମାର ଦାସ, ସଞ୍ଜୟ ସର, ଉମେଶ ବେହେରା, ସଦାଶିବ ଜେନା, ସମସ୍ତ ରାଜସ୍ୱ ନିରୀକ୍ଷକ, ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ଗୁରୁବାର ଦିନ କୈାଶଲ୍ୟା ସାହୁ, ପ୍ରଫୁଲ୍ଲ ବାରିକ, ମେନକା ସିଂ, ଅଜିତ ବେହେରା, ସଞ୍ଜିବ ପ୍ରଧାନ, ଅଜୟ କୁମାର ତିୱାରୀ ପ୍ରମୁଖଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ଖାରଜ ଦାଖଲ ପ୍ରକ୍ରିୟାର ପ୍ରାପ୍ତି ସ୍ୱୀକାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *