ତାଳଚେର କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ କୃତଜ୍ଞତା

ତାଳଚେର, ୧୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଘଂଟପଡା ଗ୍ରାମ ପଂଚାୟତ ରୋଢ଼ାସର ଗ୍ରାମର ସୁରେଶ ବେହେରା(ସୁରୀ)ଙ୍କୁ ମନୋନୀତ କରାଥିବାରୁ ତାଳଚେର ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି। ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ହାଡ଼ିବନ୍ଧୁ ବିଶ୍ୱାଳଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଶ୍ରୀ ବେହେରାଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ୱାଗତ ତଥା ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ବିପ୍ଳବ ଜେନାଙ୍କୁ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନୂତନ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିବାରୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଳଚେର କଂଗ୍ରେସ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। କଂଗ୍ରେସ ସଭ୍ୟ ସଂଗ୍ରାମ କୁଅଁର, ଦାସରଥୀ ସାହୁ, ହିରେନ୍ କୁମାର ଦାସ, ନିରୋଦ ପ୍ରଧାନ, ଦିପ୍ତିକାନ୍ତ କର, ଜିତେନ କୁମାର ପଣ୍ଡା, ଶିବନାଥ ନନ୍ଦ, ମକୁନ୍ଦ ସାହୁ, ଲଚ୍ଛମନ ସାହୁ, ବିରଂଚି ନାରାୟଣ ସାହୁ, ଅକ୍ରୁର ସାହୁ, ଗିରିଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସ୍ୱାଗତ ଜଣାଇବା ସହ କଂଗ୍ରେସକୁ ମଜବୁତ କରିବାକୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *