ଅନୁଗୁଳ

ତାଳଚେର ଓକିଲ ସଂଘ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ

ତାଳଚେର,୨/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଓକିଲ ସଂଘର ଏକ ସାଧାରଣ ସଭା ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ମଧୁବାବୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗତ ତା୨୬/୧୧/୨୦୧୭ରିଖରେ ତାଳଚେର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ତାଳଚେର ଓକିଲ ସଂଘ ତରଫରୁ ପାଳିତ ହୋଇଥିବା ୩୪ତମ ଆଇନ୍ ଦିବସରେ ରାଜ୍ୟ ଆଇନ୍,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରିବା ଅବସରରେ ତାଳଚେର ଓକିଲ ସଂଘ ତରଫରୁ ଓକିଲମାନଙ୍କୁ ବୀମା ଭୁକ୍ତ ଓ ମାସିକ ପେନ୍ସନ୍ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ଉପରେ ଦାବୀ ରଖିଥିଲେ । ଆଇନ ମନ୍ତ୍ରୀ ଶ୍ରୀ ଜେନା ଏହାକୁ ଗ୍ରହଣ କରି ଓଡ଼ିଶା ସରକାରଙ୍କ ପାଖରେ ଉପସ୍ଥାପନ କରିବାଦ୍ୱାରା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବଜେଟ୍ ରେ ଓକିଲମାନଙ୍କୁ ୬୦ ବର୍ଷ ପରେ ଅବସର ନେଲେ ମୃତୁ୍ୟକାଳୀନ ବୀମା ରାଶି ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ଦେବା ପାଇଁ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ତାଳଚେର ଓକିଲ ସଂଘ ଆଇନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଓକିଲମାନଙ୍କର ଏହି ରାଶିକୁ ୨୦ଲକ୍ଷ ଟଙ୍କାକୁ ବର୍ଦ୍ଧିତ କରିବା ନିମନ୍ତେ ଆଗାମୀ ବଜେଟ୍ ରେ ପାସ୍ କଲେ ଓକିଲ ସମାଜ ଅଧିକ ମଜଭୂତ ହୋଇପାରିବେ ପ୍ରକାଶ କରି ଏତଦ୍ ବ୍ୟତୀତ ଓକିଲମାନଙ୍କୁ ଆର୍ଥôକ ସ୍ଥିତିକୁ ମଜଭୂତ କରିବା,ବର୍ତମାନ ପରିପ୍ରେକ୍ଷୀରେ ଅନୁ୍ୟନ ୩୦ହଜାର ଟଙ୍କା ପ୍ରଦାନ କରିବାକୁ ଦାବୀ ରଖିଛନ୍ତି । ଏଥିପାଇଁ ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ ର ସଭାପତିମାନଙ୍କୁ ଅବଗତ କରାଇ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ ପାଇଁ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ଉକ୍ତ ବୈଠକରେ ବରିଷ୍ଠ ଆଇନଜୀବୀ ଯଦୁମଣି ସାହୁ,ଅନୁପ କୁମାର ସେନଗୁପ୍ତା, ଅକ୍ଷୟ କୁମାର ପାଣି,ହରେକୃଷ୍ଣ ପାତ୍ର,ବନବିହାରୀ ମହାପାତ୍ର,ପେସ୍କାର ଗଡନାୟକ, ଛବି କୁମାର ସାହୁ,ବସନ୍ତ ଶତପଥି,ଅଜୟ କୁମାର ମିଶ୍ର,    ଉଚ୍ଛନ ପଟ୍ଟନାୟକ,ଦିନବନ୍ଧୁ ସାହୁ,ପ୍ରକାଶ ସାହୁ,ପୂର୍ବତନ ସଭାପତି ରଞ୍ଜିତ କୁମାର ଘୋଷ,ସୁଶିଲ ମିଶ୍ର,ଅର୍ଜୁନ ଭୂତିଆ, ମାନସ ପରିଡା,ସେମିନାର ସମ୍ପାଦକ ବାଉରୀବନ୍ଧୁ ବେଜ ପ୍ରମୁଖ ସେମାନଙ୍କର ବହୁ ମୂଲ୍ୟ ମତାମତ   ପ୍ରଦାନ କରିଥିଲେ । ଏଥିରେ ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ନାଏକ,କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରଧାନ, ଯୁଗ୍ମ  ସମ୍ପାଦକ ପ୍ରତାପ କୁମାର ସାହୁ,ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଡିଙ୍ଗରା ଓ ଅଡିଟର ବବିତା ଦାସଙ୍କ ସମେତ ସଂଘର ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ । ଶେଷରେ ସଂଘର ଉପସଭାପତି ବିନୟ କୁମାର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top