ତାଳଚେର ଓକିଲ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀପତ୍ର ପ୍ରଦାନ ଓ ଦୁଇ ଦିନିଆ କାର୍ଯ୍ୟ ବନ୍ଦ ଆନେ୍ଦାଳନ

ତାଳଚେର,୧୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ସଂଘର ସମସ୍ତ ସଦସ୍ୟ ଫାମିଲି କୋର୍ଟ,ଭିଜିଲାନସ୍ କୋର୍ଟ, ଏଡିଏମ୍ କୋର୍ଟ,ଏ.ଏଲ୍.ସି. ତାଳଚେର ଠାରେ ପ୍ରତିଷ୍ଠା କରିବା ଆଦି ୪ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ମଙ୍ଗଳବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେର ଓ ପାଲଲହଡା ସବ୍ଡିଭିଜନ୍ ରେ ଅନେକ ବୈବାହିକ ମାମଲା ପଡି ରହିଛି ଏବଂ ଦୃତ ଶିଳ୍ପାୟନ ଯୋଗୁଁ ଦିନକୁ ଦିନ ବୈବାହିକ ଓ ଭରଣପୋଷଣ ମାମଲା ବଢ଼ି ଚାଲିଛି । ଏଣୁ ତାଳଚେରଠାରେ ଫାମିଲି କୋର୍ଟ ପ୍ରତିଷ୍ଠା କରାଯିବା ଦରକାର । ସେହିପରି ତାଳଚେର ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ଏଠାରେ ଏମ୍.ସି.ଏଲ୍,ଏନ୍.ଟି.ପି.ସି.,ଭାରିଜଳ କାରଖାନା,ଜିନ୍ଦଲ ପାୱାର ପ୍ଲାଂଟ କାରଖାନା,କୋଲ ୱାସେରୀ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ରହିଛି । ଏଣୁ ଏଠାରେ ଭିଜିଲାନସ୍ କୋର୍ଟ ପ୍ରତିଷ୍ଠା କରିବା ଅପରିହାର୍ଯ୍ୟ ହୋଇପଡିଛି । ସେହିପରି ତାଳଚେରଠାରେ ଏ.ଡି.ଏମ୍. (ରେଭେନୁ୍ୟ) କୋର୍ଟ ପ୍ରତିଷ୍ଠା ହୋଇ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ପରବର୍ତି ସମୟରେ ଏ.ଡି.ଏମ୍. ନିଯୁକ୍ତିକୁ ଅପସାରଣ କରିବା ଦ୍ୱାରା ତାଳଚେରବାସୀ ମୁ୍ୟଟେସନ୍ ଅପିଲ୍, ଥଇଥାନ କେସ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ବର୍ତମାନ ପରିପ୍ରେକ୍ଷୀରେ ତାଳଚେର ଓ ପାଲଲହଡା ବାସୀଙ୍କୁ ନେଇ ତାଳଚେରକୁ ଜିଲ୍ଲା ଗଠନ କରିବା ପୂର୍ବରୁ ଶୀଘ୍ର ଏ.ଡି.ଏମ୍. ନିଯୁକ୍ତି ଦିଆଯାଇ ସମସ୍ତ କ୍ଷମତା ପ୍ରଦାନ କରାଯାଉ । ସେହିପରି ତାଳଚେର ଶିଳ୍ପାୟନ ଯୋଗୁଁ ଏଠାରେ ବହୁତ ଶ୍ରମିକ ମାମଲା ପଡି ରହିଛି । ।ୀଳ୍ପ ଦୁର୍ଘଟଣା ଜନିତ କେସ୍ ର ବିଚାର ପାଇଁ ସୁଦୁର ପାଲଲହଡା ଓ ତାଳଚେରବାସୀ ମକଦ୍ଦମା ପରିଚାଳନା ପାଇଁ ଅନୁଗୁଳକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଏ.ଏଲ୍.ସି. ତାଳଚେର ଠାରେ ଖୋଲିବା ଅପରିହାର୍ଯ୍ୟ ଅଟେ ବୋଲି ସଂଘ ପ୍ରକାଶ କରିଛି । ଏହି ଶୋଭାଯାତ୍ରାରେ ଓକିଲ ସଂଘର ସମସ୍ତ କାର୍ଯ୍ୟକର୍ତାଙ୍କ ସହିତ ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର,ଉଚ୍ଛନ ପଟ୍ଟନାୟକ,ପେସ୍କାର ଗଡନାୟକ,ଦିନବନ୍ଧୁ ସାହୁ,ସରୋଜ ପ୍ରଧାନ, ଅରବିନ୍ଦ ବାରିକ,ସୁଶିଲ ମିଶ୍ର,ନିମାଇର୍ ଚରଣ ମହାନ୍ତି,ଅଖିଳ ସାମଲ,ପ୍ରଶାନ୍ତ କୁମାର ଦେବତା,ପ୍ରକାଶ ସାହୁ, ପ୍ରତାପ ବିଶୋଇ,ସତ୍ୟବ୍ରତ ଦାନୀ,ରାହାସ ଜେନା,ଅନକୂଳ ମହାନ୍ତି,ମନୋଜା ମଞ୍ଜରୀ ପ୍ରଧାନ,ଅର୍ଜୁନ ଭୂତିଆ,ମାନସ ପରିଡା,ମାନସ ରାୟ,ମହାବୀର ପ୍ରସାଦ ଅଗ୍ରୱାଲା,ହେମନ୍ତ ବେହେରା,ବିପୁଲ ବଳ, ତନୋଜ ପ୍ରଧାନ,ସରୋଜ ଧଳ, ଗଗନ ବେହେରା, ପ୍ରଭାତିନି ଆଚାର୍ଯ୍ୟ,ସଂଧ୍ୟାରାଣୀ ଦାସ ସାମନ୍ତ, ରିସ୍ନା ମଞ୍ଜରୀ ସାହୁ,ସୁସ୍ମିତା ରାୟ,ମାନସୀ ବାରିକ ଓ ସଂଘର ଉପସଭାପତି ବିନୟ କୁମାର ନନ୍ଦ, ସାଧାରଣ ସମ୍ପାଦକ ନରେଶ ନାଏକ,କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରଧାନ,ସେମିନାର ସମ୍ପାଦକ ବାଉରୀବନ୍ଧୁ ବେଜ ଓ ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ସିଂ ଡିଙ୍ଗରାଙ୍କ ସମେତ ବହୁ ଓକିଲ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *