ତାଳଚେର ଅବକାରୀ ବିଭାଗ ତରଫରୁ ଦେଶୀ ମଦ ଓ ପୋଚ ଜବତ

ତାଳଚେର, ୧୦/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଅବକାରୀ ବିଭାଗ ତରଫରୁ କଣିହାଁ ଓ ସମଲ ଥାନା ଅଂଚଳରେ ଚଢ଼ଉ କରାଯାଇ ୧୩୭ଲିଟର ଦେଶୀ ମଦ ଓ ୪ହଜାର କେଜି ଚୁଆ, ମହୁଲ ପୋଚ ଓ ଗୋଟିଏ ହିରୋହୋଣ୍ଡା ମୋଟର ସାଇକେଲ ଗାଡ଼ି ଜବତ କରାଯାଇ ୮ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଅଧିକ୍ଷକ ହରିଶ୍ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଉପନିରିକ୍ଷକ ଧନେଶ୍ୱର ବରାଡ, ହରିହର ସିଂହଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗହମ ଗ୍ରାମର ଅରୁଣ ବେହେରା, ଧନେଶ୍ୱର ବେହେରା, ତ୍ରିପୁର ସାହୁ କର୍ଣ୍ଣପାଳ ଗ୍ରାମର ହରମୋହନ ବେହେରା, ଲୋଚନ ବେହେରା, ଦିନବନ୍ଧୁ ବେହେରା, ନିର୍ମଳ ବେହେରା ଓ ଡେରେଙ୍ଗ ଗ୍ରାମର ଅଭିମନ୍ୟୁ ସାହୁଙ୍କ ଠାରୁ ସମୁଦାୟ ମଦ ପୋଚ ଜବତ କରିବାସହ ଓଆର ୧୯ଜି ୧୯୯୦ ମୋଟର ସାଇକେଲକୁ ଜବତ କରାଯାଇ ୮ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ରମେଶ ଚନ୍ଦ୍ର ବେହେରା, ଭୀମସେନ ମହାପାତ୍ର, ବଲବୀର ଗଡ଼ନାୟକ, ସରୋଜ ସାହୁ, ରସ୍ମିତା ଦେହୁରୀ, ରଜନୀ ପ୍ରଭା କିସାନ, ଭରତ ବେହେରା ସ ସୁରେଶ ଚନ୍ଦ୍ର ପାଳ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *