ଅନୁଗୁଳ

ତାଳଚେରର ସର୍ବାଙ୍ଗୀନ ବିକାଶ ନେଇ ଯୁବ ସମାଜସେବୀ ସଙ୍ଗଠନ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର

ତାଳଚେର, ୨୪/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ, ତାଳଚେର ପକ୍ଷରୁ ସଭାପତି ସ୍ୱାଧୀନ ଥମ୍ବ ଏବଂ କୋଷାଧ୍ୟକ୍ଷ ଜତୀନ ମହାନ୍ତି ସ୍ଥାନୀୟ ଅଂଚଳର ସର୍ବାଙ୍ଗୀନ ବିକାଶ ପ୍ରସଙ୍ଗକୁ ଭିତି କରି ଗତ ୨୨ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ କୈାଶଳ ବିକାଶ ଉଦ୍ୟୋଗିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିବାସହ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତାଳଚେର ରେଳବାଇ ଷ୍ଟେସନକୁ ସମସ୍ତ ଟ୍ରେନ ଆସିବା ନିମନ୍ତେ ଏଠାରୁ ଅନୁଗୋଳ ଷ୍ଟେସନକୁ ଲୁପ୍ ଲାଇନ ଜରିଆରେ ସଂଯୋଗୀକରଣ, ତାଳଚେରର ପିଲାମାନଙ୍କ, ବରିଷ୍ଠ ନାଗରିକ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏକ ଇକୋ ପାର୍କ ପ୍ରତିଷ୍ଠା, ତାଳଚେରର ପୁରୁଣା ଐତିହାସିକ ସ୍ମାରକୀସ୍ଥଳୀର ସୁରକ୍ଷା କ୍ରମରେ ରାଜାରାଜୁଡ଼ା ଅମଳର ଫାଷ୍ଟ ଗେଟ୍ ଏବଂ ଘୋଡ଼ାଶାଳ ଗେଟର ପୁନଃରୁଦ୍ଧାର, ତାଳଚେରର ଗଣପର୍ବ ଭାବେ ମାନ୍ୟତା ପାଇଥିବା ଗଣେଶ ପୂଜାର ପ୍ରଚାର ଓ ପ୍ରସାର ନିମନ୍ତେ ଫାଷ୍ଟ ଗେଟ ପୁଷ୍କରଣୀ ନିକଟରେ ୫୦ଫୁଟ ବିଶିଷ୍ଟ ଗଜାନନଙ୍କ ମୂର୍ତ୍ତୀ ସ୍ଥାପନ, ତାଳଚେର ପୈାରାଂଚଳରୁ ବାୟୁ ପ୍ରଦୁଷଣ ହ୍ରାସ କରିବା ନିମନ୍ତେ କୋଲ କୋରିଡର ରାସ୍ତାର ସମ୍ପ୍ରସାରଣ ପୂର୍ବକ ବାଙ୍କଧରା ଛକଠାରୁ ଭାୟା ଅର୍ଜୁନ କଟା ଛକ ଓ ବ୍ରାହ୍ମଣୀ ନଦୀ ଉପର ଦେଇ ଖାଲପାଳ ପର୍ଯ୍ୟନ୍ତ ଏକ ଫ୍ଲାଇ ଓଭର ନିର୍ମାଣ ନିମନ୍ତେ ଉକ୍ତ ସ୍ମାରକପତ୍ର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ସେହିପରି ତାଳଚେରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ କେନ୍ଦ୍ର ମନ୍ତ୍ରୀ ଯୁବ ସମାଜସେବୀ ସଙ୍ଗଠନର ଦାବି ଉପରେ ସମ୍ମତି ପ୍ରକାଶ କରି ଆଗାମୀ ଅଗଷ୍ଟ ମାସ ସୁଦ୍ଧା ପ୍ରଥମେ ଅସ୍ଥାୟୀ ସ୍ଥାନରେ ଓ ପରେପରେ ପୁରୁଣା ଯୁବରାଜ ହାଇସ୍କୁଲ ସ୍ଥାନରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ବୋଲି ସଙ୍ଗଠନକୁ ପ୍ରତିଶ୍ରୁତି ଦେଇଥିବାର ସଭାପତି ସ୍ୱାଧୀନ ଥମ୍ବ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top