ଅନୁଗୁଳ

ତାଳଚେରର ବିକାଶ ଉପରେ ମୋଦୀଙ୍କ ଗୁରୁତ୍ୱାରୋପ : କାଳନ୍ଦୀ ସାମଲ

ତାଳଚେର,୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଶିଳାନ୍ୟାସ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହାକୁ ନେଇ ତାଳଚେର ବିଜେପି ରେଳମଣ୍ଡଳ ତଥା ୨୧ନମ୍ବର ଜିଲ୍ଲା ପରିଷଦ ଜୋନ୍ ତରଫରୁ ମଣ୍ଡଳ ସଭାପତି ବରୁଣ ସାହୁଙ୍କ ସଭାପତିତ୍ୱରେ ଏକ ସମାବେଶ ହାଣ୍ଡିଧୂଆସ୍ଥିତ ଶକ୍ତି ଇଂଟରନ୍ୟାସନାଲ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ମୋଦୀ ତାଳଚେରକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି କହିବାସହ ଏହି ପା୍ଲଂଟରେ କୋଇଲାର ଉପଯୋଗ କରାଯାଇ ଅତ୍ୟାଧୁନିକ ପଦ୍ଧତିରେ ଗ୍ୟାସ,ଗ୍ୟାସରୁ ସାର, ଇଥାନଲ ପୁନଶ୍ଚ ବିଭିନ୍ନ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଉତ୍ପାଦନ କରାଯିବ ଏବଂ ଏହା ଭାରତରେ ପ୍ରଥମ କାରଖାନା ହେବ ବୋଲି ସୂଚନା ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କ୍ରମେ ତଥା ମୋଦୀ ଲାଲକିଲ୍ଲାରୁ ତାଳଚେର ସାର କାରଖାନାର ପୁନରୁଦ୍ଧାର ନିମନ୍ତେ ପୂର୍ବରୁ ଘୋଷଣା କରିଥିବା ବେଳେ ତାହା ଆଜି ବାସ୍ତବରେ ସାକାର ହେବାକୁ ଯାଇଛି । ମୋଦୀଙ୍କର ତାଳଚେର ପ୍ରୀତିକୁ ଗାଁ ଗାଁ ରେ ପହଂଚାଇବା ତଥା ତାଳଚେର ମାଟିର ପୁଅ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମକୁ ସମସ୍ତ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଶ୍ରୀ ସାମଲ ବିଜେପି କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ମୋଦୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୭ତାରିଖରେ ତାଳଚେର ଗସ୍ତକୁ ମଧ୍ୟ ସଫଳ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସମାବେଶରେ ବିଧାନସଭା ପ୍ରଭାରୀ ଡିଲେଶ୍ୱର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ରେଳ ମଣ୍ଡଳ ସାଧାରଣ ସମ୍ପାଦକ ସହଦେବ ସାହୁ,ରତନ ବାରିକ,ଜୋନ୍ ପ୍ରଭାରୀ ସୁଫଳା ପୃଷ୍ଟି,ବରିଷ୍ଠ କାର୍ଯ୍ୟକର୍ତା ଦୁଃଖବନ୍ଧୁ ପ୍ରଧାନ,ସମସ୍ତ ସରପଂଚ,ସମିତି ସଭ୍ୟ,ନାଏବ ସରପଂଚଙ୍କ ସମେତ ୨ଶହରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top