ତାଳଚେରରେ ରାଜସ୍ୱ ଅମଲାଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ

ତାଳଚେର,୧୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୂର୍ବ ନିଷ୍ପତି ଅନୁଯାୟୀ ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନେ୍ଦାଳନକୁ ସମର୍ଥନ କରି ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ତହସିଲ ଏବଂ ବ୍ଲକର ସମସ୍ତ ରାଜସ୍ୱ ଅମଲାମାନେ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଅଗଷ୍ଟ ୯ ଏବଂ ୧୦ତାରିଖ ଦୁଇ ଦିନ ଧରି କଳା ବ୍ୟାଜ ପରିଧାନ କରି ସେମାନଙ୍କର କାର୍ଯ୍ୟ ସମ୍ପାଦନା କରିବାପରେ ବର୍ତମାନ ସଂଘର ସଦସ୍ୟ ମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ବଦଳରେ ସ୍ନାତକ ସହ କମ୍ପୁ୍ୟଟର ଜ୍ଞାନ ରହିବାସହ ୧ବର୍ଷ ତାଲିମ ପ୍ରଦାନ କରାଯିବା, ରାଜସ୍ୱ ଅମଲାଙ୍କ ବେତନରେ ଥିବା ଅସଙ୍ଗତି ଦୂର କରାଯାଇ ୨୦୦୮ ପେ ଫିକସେସନ ରୁଲ ଅନୁସାରେ କନିଷ୍ଠ କିରାଣୀମାନଙ୍କର ଦରମା ୫୨୦୦ଟଙ୍କାରୁ ୯୩୦୦ଟଙ୍କାକୁ ଏବଂ ଗ୍ରେଡ଼ ପେ ୧୯ହଜାରରୁ ୪୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା,ରାଜସ୍ୱ ଅମଲାଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରାଯାଇ ପ୍ରଚଳିତ କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ ଏବଂ ମୂଖ୍ୟ କିରାଣୀ ପରିବର୍ତେ ଏହାକୁ ଏକଜିକୁ୍ୟଟିଭ ଆସିଷ୍ଟାଂଟ ଓ ସେକ୍ସନ ଅଫିସର ଭାବେ ୨ଗୋଟି ପଦବୀରେ ନାମିତ କରାଯାଉ,ଚୁକ୍ତିଭିତିକ ନିଯୁକ୍ତିକୁ ପ୍ରତ୍ୟାହାର କରାଯାଇ ସମସ୍ତ ନିଯୁକ୍ତିକୁ ସ୍ଥାୟୀ କରାଯାଉ,ଓଡ଼ିଶା ରାଜସ୍ୱ ସେବା ପଦବୀକୁ ରାଜସ୍ୱ ଅମଲାଙ୍କ ପାଇଁଶତ ପ୍ରତିଶତ ସଂରକ୍ଷଣ,ସମସ୍ତ କାର୍ଯ୍ୟାଳୟରେ ଆଇନ ଅଧିକାରୀ ନିଯୁକ୍ତି,ବ୍ଲକଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ପଦବୀ ପୂରଣ, ୨୦୦୫ରୁ ଲାଗୁ ହୋଇଥିବା ନୂଆ ପେନସନ ନିୟମକୁ ପ୍ରତ୍ୟାହାର କରି ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ଆଦି ୯ଦଫା ଦାବୀ ପୂରଣ ପାଇଁ ଓଡ଼ିଶା ରାଜସ୍ୱ ଅମଲା ସଂଘ ରାଜ୍ୟ ସରକାରଙ୍କଠାରେ ଉପସ୍ଥାପିତ କରିଛନ୍ତି । ଉକ୍ତ ଦାବୀ ଗୁଡ଼ିକ ପୂରଣ ନହେଲେ ଆସନ୍ତା ୧୧ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *