ତାଳଚେରରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ତାଳଚେର, ୧୪/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ପରେଶ ଚନ୍ଦ୍ର ନାୟକ ସୋମବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀଯୁକ୍ତ ନାୟକ ବିଦାୟୀ ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ଏଥିପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ କୋଦଳା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ଶ୍ରୀଯୁକ୍ତ ନାୟକଙ୍କ ଯୋଗଦାନ ଅବସରରେ ତାଳଚେରର ସହକାରୀ ଜିଲ୍ଲାପାଳ ସୁବାସ ଚନ୍ଦ୍ର ପ୍ରଧାନ, ସହକାରୀ ଜିଲ୍ଲାପାଳ ଗୈାରୀ ନାଏକ, ସହକାରୀ ଜିଲ୍ଲାପାଳ ସାଇ ସସ୍ମିତା ହୋତା, ବଡ଼ ବାବୁ ଶରତ ଚନ୍ଦ୍ର ପାଢ଼ୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ, ବରିଷ୍ଠ କିରାଣୀ ଶକ୍ତି ବିକାଶ ବେହେରା, ହୃଦାନନ୍ଦ ସାହୁ, ଟିକିନା ନାଥ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *