ଅନୁଗୁଳ

ତାଳଚେରରେ ଗଣ ଦୈାଡ଼ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର, ୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ଗଣ ଦୈାଡ଼ ଚଳିତ ମାସ ୨୫ତାରିଖରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହେବ। ଏହି ଗଣ ଦୈାଡ଼ର ସଫଳ ରୂପାୟନ ନିମନ୍ତେ ଏକ ବୈଠକ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ଆମର ଲକ୍ଷ୍ୟ ପ୍ରଦୁଷଣମୁକ୍ତ ତାଳଚେର’ବୋଲି ଏହି ଗଣଦୈାଡ଼ର ବାର୍ତ୍ତା ରହିଛି। ଏଥିରେ ଭାଗ ନେବାକୁ ଚାହୁଁଥିବା ପ୍ରତିଭାଗୀମାନେ ଚଳିତ ମାସ ୨୨ତାରିଖ ସୁଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକୃତ କରିପାରିବେ। ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ୧୫ଶହ ଟଙ୍କା, ୨ୟ ଙ୍କୁ ୧ହଜାର, ୩ୟଙ୍କୁ ୭ଶହ ୫୦ଟଙ୍କା, ୪ର୍ଥ ଏବଂ ୫ମ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫ଶହ ଟଙ୍କା ଓ ଏକ ସୁନ୍ଦର ଟ୍ରଫି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ପ୍ରଦାନ କରାଯିବ। ଗଣ ଦୈାଡ଼ ସକାଳ ୮ଟା ବେଳେ ତାଳଚେର ଷ୍ଟାଡିୟମଠାରୁ ଆରମ୍ଭ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ଗଣଦୈାଡ଼ରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ତାଳଚେରକୁ ପ୍ରଦୁଷଣମୁକ୍ତ କରିବାକୁ ଶପଥ ନେବାକୁ ପ୍ରଶାସନ ପକ୍ଷରୁ ତାଳଚେରବାସୀଙ୍କୁ ନିବେଦନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ, ଅଧ୍ୟାପକ ସୁବ୍ରତ କୁମାର ସାହୁ, ଆଇନଜୀବୀ ତଥା ଉପଖଣ୍ଡ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପେସ୍କାର ଗଡ଼ନାୟକ, ଆଇନଜୀବୀ ବାଉରୀବନ୍ଧୁ ବେଜ, ଏନ୍.ସି.ସି ଶିକ୍ଷକ ସଦାନନ୍ଦ ପଣ୍ଡା, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ, ସମାଜସେବୀ କ୍ଷୀରୋଦ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top