ତାଳଚେରରେ ଏକ ଦିବସୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ-୨୦୧୭

ତାଳଚେର,୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶ କ୍ରମେ ଅନୁଗୋଳ ଡିଭିଜନର ତାଳଚେର ବନାଚଂଳର ଆନୁକୂଲ୍ୟରେ ତାଳଚେର ରାଇଫଲ କ୍ଲବ(ନିଜିଗଡ଼ ଟାଉନଠାରେ) ଓ ରୋଢ଼ାସରରେ ଶୁକ୍ରବାର ଦିନ ଏକ ଦିବସୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏଥିରେ ଯୋଗଦାନ କରି ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,ବିଡିଓ ନିତ୍ୟାନନ୍ଦ ସାହୁ,ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ,ଭାରତୀୟ ଷ୍ଟେଟ ବ୍ୟାଙ୍କ ତାଳଚେର ଶାଖାର ମୂଖ୍ୟ ପ୍ରବନ୍ଧକ ମାନସ ରଞ୍ଜନ ଆଚାର୍ଯ୍ୟ,କଣ୍ଢାଳ,ଧରମପୁର,ଘଂଟପଡ଼ା ପଂଚାୟତର ସରପଂଚ,ସମିତି ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟା,ତାଳଚେର ପୈାର ପରିଷଦ କାଉନସିଲର,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ,ରାଇଫଲ କ୍ଲବର କର୍ମକର୍ତା,କଣ୍ଢାଳ,ଟିପୋ,କନ୍ଧବେରେଣୀ,ଚନ୍ଦ୍ରବିଲ ବନ ସୁରକ୍ଷା ସମିତିର ସଭାପତି ଏବଂ ତାଳଚେରର ବୁଦ୍ଧିଜୀବୀମାନେ ଯୋଗଦାନ କରି ଫାଶି,ନିମ୍ବ,ଶିଶୁ,ସିରିଷ ଓ ଗମ୍ଭାରୀ ଆଦି ବିଭିନ୍ନ ପ୍ରଜାତିର ୯ହଜାର ଚାରାରୋପଣ କରିଥିଲେ । ତାଳଚେର ବନାଂଚଳ ପକ୍ଷରୁ ବନାଂଚଳ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ତାଳଚେର ବନାଂଚଳ ଡେପୁଟି ରେଞ୍ଜର,ସମସ୍ତ ବନପାଳ,ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *