ad
ଅନୁଗୁଳ

ତାଳଚେରରେ ଇଭିଏମ୍ ଏବଂ ଭିଭିପାଟ୍ ସଚେତନତା କର୍ମଶାଳା

ତାଳଚେର, ୧୦/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଗାମୀ ନିର୍ବାଚନରେ ତାଳଚେର (୬୦)ନିର୍ବାଚନମଣ୍ଡଳୀର ଭୋଟରମାନେ କିପରି ଇଭିଏମ୍ ଏବଂ ଭିଭିପାଟ୍ ଯନ୍ତ୍ରକୁ ବ୍ୟବହାର କରି ନିର୍ଭୁଲ ଭାବେ ମତଦାନ କରିବେ, ସେ ସମ୍ବନ୍ଧରେ ଏକ ସଚେତନତା କର୍ମଶାଳା ସ୍ଥାନୀୟ ପଂଚାୟତ ସଭାଘରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ତାଳଚେର ଉପଜିଲ୍ଲାପାଳ ତଥା ତାଳଚେର ନିର୍ବାଚନମଣ୍ଡଳୀର ନିର୍ବାଚନ ଅଧିକାରୀ ପରେଶ ଚନ୍ଦ୍ର ନାୟକ ଯୋଗ ଦେଇ ଇଭିଏମ୍ ଏବଂ ଭିଭିପାଟ୍ ର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, କର୍ମ.ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣଙ୍କୁ ବୁଝାଇଥିଲେ। ଏହାପରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଇଭିଏମ୍ ଏବଂ ଭିଭିପାଟ୍ ଯନ୍ତ୍ରରେ ଡମି ମତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କର୍ମଶାଳାରେ ମନୋଜ ନନ୍ଦ, ବିରଜା ଶଙ୍କର ମିଶ୍ର, ସନ୍ତୋଷ ପ୍ରଧାନ, ପେସ୍କାର ଗଡ଼ନାୟକ, ଉଚ୍ଛନ ପଟ୍ଟନାୟକ, ଗଣମାଧ୍ୟମ ପ୍ରତିନିଧି ଅଜିତ ବେହେରା, ଅନିଲ ସାମଲ, ନରୋତମ ସାହୁ, ଅଜୟ ନାୟକ, ହେମନ୍ତ ଦେହୁରୀ, ଶକ୍ତି ବିକାଶ ବେହେରା, ଦିନବନ୍ଧୁ ସାମଲ, କେଶବ ଚନ୍ଦ୍ର ନାୟକ, ପ୍ରବିଣା ପ୍ରଧାନ, ଟିକିନା ନାଥ, ବିମଳ କୁମାର ରାଉତ ପ୍ରମୁଖ ଡମି ମତଦାନ କରିଥିଲେ। ତାଳଚେରର ସହକାରୀ ଜିଲ୍ଲାପାଳ ଗୈାରୀ ନାଏକ ଉକ୍ତ କର୍ମଶାଳାରେ ଉପସ୍ଥିତ ରହିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top