ଅନୁଗୁଳ

ତାଳଚେରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ତାଳଚେର,୩୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପଂଚାୟତ ସମିତି ଆନୁକୂଲ୍ୟରେ ସ୍ଥାନୀୟ ସାଉଥ ବଲଣ୍ଡା ଦୁର୍ଗା ପଡିଆ ପରସରରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସ ଜରିଆରେ ଉପସ୍ଥିତ ପ୍ରାୟ ୧୦ହଜାର ଜନସାଧାରଣ ଏବଂ ପଂଚାୟତ ପ୍ରତିନିଧିଙ୍କୁ ସମ୍ବୋଧନ କରିଥିଲେ । ମୂଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ନେଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ, ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ,ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ,ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ,ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧା.ଡେପୁଟି କଲେକ୍ଟର ବଇତୁରା ଦୀପ,ଜିଲ୍ଲା ପଂଚାୟତ ଅଧିକାରୀ ଅମ୍ବରିଶ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୂଖ୍ୟମନ୍ତ୍ରୀ ତାଳଚେର ବ୍ଲକର ମୋଟ ୨୧ଟି ପଂଚାୟତର ୧୪୨ଟି ଗ୍ରାମ ପାଇଁ ମୋଟ ୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟର ୧୩୬ଟି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଅନୁମୋଦନ କରିଥିଲେ । ତତ୍ ସହିତ ଗାଁ ଗୁଡିକର ସାମୁହିକ ବିକାଶ ପାଇଁ ଏହି ଅର୍ଥ ବ୍ୟୟ କରାଯିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ପ୍ରଧାନ ବିଭିନ୍ନ ଗ୍ରାମରୁ ସଭାସ୍ଥଳକୁ ଆସିଥିବା ବିଭିନ୍ନ ପଂଚାୟତର ପ୍ରତିନିଧି,ମହିଳା,ପୁରୁଷ,ସ୍ୱେଚ୍ଛାସେବୀ,ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଯୋଗୁଁ ଜନସାଧାରଣ ଉପକୃତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ବଡଯୋରଡା ସରପଂଚ ସରସ୍ୱତୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ବିଡିଓ ନିତ୍ୟାନନ୍ଦ ସାହୁ,ତାଳଚେର ନଗରପାଳ ପବିତ୍ର ଭୂତିଆ,ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସଲିଳ କୁମାର ଦାସ,ପଂଚାୟତ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ସାହୁ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ,ଲୀଳାବତୀ ବାଗ,ଏବିଡିଓ ଡଃ ରତିକାନ୍ତ ଆଚାର୍ଯ୍ୟ,ବିଜୁ ଯୁବ ବାହିନୀର କର୍ମକର୍ତା,ସ୍ୱେଚ୍ଛାସେବୀ,ବ୍ଲକ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକରୀ ନିତ୍ୟାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top