ବାହାନଗା/ବାଲେଶ୍ୱର, ୨୪/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ – ଦୋଳପୁର ରାସ୍ତାରେ ଆଜି ରାତି ୯.୩୦ ରେ ଅଭିନବ ଉପାୟରେ ଜଣେ କିଓସ୍କୋ ବ୍ୟାଙ୍କ ମାଲିକଙ୍କ ହାତକୁ ହାଣି ତାଙ୍କ ବ୍ୟାଗରେ ଥିବା ୨ଲକ୍ଷ୫୦ହଜାର ଟଙ୍କା ଓ ଏକ ଲାପଟପ ଓ ଫଛରେ ବସିଥିବା ତାଙ୍କର ଜଣେ ମହିଳା କର୍ମଚାରୀଙ୍କ କାନ ଫୁଲ ଛଡ଼ାଇ ନେଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ରହଣିଆଗଞ୍ଜର ପବିତ୍ର କୁମାର ଲେଙ୍କା (୨୫) ଗୋପାଳପୁର ସ୍ଥିତ କଲେଜ ରୋଡ଼ରେ ଏକ ଷ୍ଟେଟବ୍ୟାଙ୍କ ଫ୍ରାନଚାଇଜ କିଓସ୍କୋ ବ୍ୟାଙ୍କ କରିଛନ୍ତି। ସେ ନିଜର ବ୍ୟାଙ୍କକୁ ସବୁଦିନ ରାତି ୯ଟାରେ ବନ୍ଦ କରି ନିଜ ଘରକୁ ନିଜ ବାଇକରେ ଯାଇଥାନ୍ତି। ଆଜି ନିଜ ବ୍ୟାଙ୍କର କ୍ୟାସ ଆକାଉଣ୍ଟ କୁ କ୍ଲୋଜ କରି ନିଜ ର ଜଣେ ମହିଳା କର୍ମଚାରୀଙ୍କୁ ସାଙ୍ଗରେ ଧରି ନିଜର ଘର ରହଣତିଆଗଞ୍ଜ ଅଭିମୁଖେ ନିଜ ବାଇକରେ ଯାଉଥିଲୋ ତାଳକୁରୁଣିଆ- ଦୋଳପୁର ରାସ୍ତାର ହନୁମାନ ଛକ ଠାରେ ୩ଟି ବାଇକରେ ୬/୭ଜଣ ଦୁର୍ବୁତ୍ତ ଆସି ପବିତ୍ରଙ୍କ ବାଇକୁ ଅଟକାଇ ଥିଲେ। ପବିତ୍ର ବାଇକ ଅଟକାଇବାପରେ ବାଇକର ଚାବି କାଢି ନେଇ ତାଙ୍କୁ ତାଙ୍କର ବ୍ୟାଗ ମାଗିଥିଲୋ ସେ ରାଜି ନହେବାରୁ ତାଙ୍କ ଡାହାଣ ହାତକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଫଳରେ ପବିତ୍ର ବ୍ୟାଗଟିକୁ ଭୟରେ ଦେଇ ଦେଇଥିଲୋ ଏବଂ ତାଙ୍କ ପଛରେ ବସିଥିବା ତାଙ୍କର ମହିଳା କର୍ମଚାରୀଙ୍କ ଠାରୁ କାନଫୁଲ ଛଡ଼ାଇ ନେଇ ଦୁର୍ବୁତ ମାନେ କୁଆଡ଼େ ଫେରାର ହୋଇ ଯାଇଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଗ୍ରାବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପବିତ୍ରଙ୍କର ଏ ଅବସ୍ଥା ଦେଖି ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇ ଆଣିଥିଲେ। ଖବର ପାଇ ଗୋପାଳପୁର ଫାଣ୍ଡି ଏଏସଆଇ ପ୍ରକାଶ କୁମାର ଗୋସ୍ୱାମୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୁତ ମାନଙ୍କୁ ଫଲୋକରି ତଦନ୍ତ ଚଳାଇଥିବାର ଜଣାପଡ଼ିଛି।
